ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ ସୃଜନଶୀଳତା କାର୍ଯ୍ୟକ୍ରମ ଆୟୋଜିତ

ଆର,ଉଦୟଗିରି : ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ “ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ” ର ନିର୍ଦେଶ କ୍ରମେ ଭାଷା, ସାହିତ୍ୟ ଓ ସୃଜନଶୀଳତା ତଥା “ମୋ କଥା ମୋ କାହାଣୀ” ର ପୁସ୍ତକ ମେଳା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି I ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ୱାବଧାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜର ପ୍ରଚେଷ୍ଠା ଓ ସେମାନଙ୍କ ବିଷୟଭିତ୍ତିକ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ମାର୍ଗଦର୍ଶନରେ ପ୍ରାୟ ୩୦ଟି ଆକର୍ଷଣୀୟ ଶିରୋନାମା ପୃଷ୍ଠା ସମ୍ବଳିତ ପୁସ୍ତକ ସହ କ୍ରୀଡାଙ୍ଗନ ସାମଗ୍ରୀ, ଜିଜ୍ଞାସା କ୍ଳବ ସମ୍ପର୍କିତ ବିଜ୍ଞାନ ପ୍ରକଳ୍ପ ଓ କୌଶଳୀ ସମ୍ପର୍କିତ ସ୍କ୍ରାଚ ପ୍ରକଳ୍ପକୁ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକମାନଙ୍କୁ ଉପସ୍ଥାପନା କରିଥଲେ I

ମୋ କଥା ମୋ କାହାଣୀ ଉପରେ ପର୍ଯ୍ୟବେସିତ ସାହିତ୍ୟସୃଜନୀ କ୍ଳବର ମାର୍ଗଦର୍ଶନ ଦାୟୀତ୍ୱ ଉକ୍ତ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ନାଇକ, ସଞ୍ଜୟ ଗୌଡ଼, ସଂସ୍କୃତ ଶିକ୍ଷକ ପ୍ରହ୍ଲାଦ ଶିଅଳ, ହିନ୍ଦୀ ଶିକ୍ଷୟତ୍ରୀ ରବୀନା ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲାବେଳେ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ ପ୍ରଦାନ କରିଥଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ SMC ସଦସ୍ୟ ଶ୍ରୀଯୁକ୍ତ ଆଦିକନ୍ଦ ବାଣୁଆରାଇ ଯୋଗଦାନ କରିଥିଲାବେଳେ ଵସ୍ତ୍ରୀଗୁଡା କ୍ଲଷ୍ଟରର CRCC ଶ୍ରୀଯୁକ୍ତ ଅନାସିମ ମଣ୍ଡଳ ଓ ଅନ୍ୟାନ୍ୟ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଲ୍ଲାସକୁ ଦ୍ବିଗୁଣିତ କରିଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରି ପୁସ୍ତକମେଳା ସଫଳ ସମାପନ କରାଯାଇଥିଲା I

nis-ad
Leave A Reply

Your email address will not be published.