ଗରିବ ଲୋକଙ୍କ ସହ ଖେଳ ସରକାର ଦେଉଥିବା ଚାଉଳ ଓଜନ ରେ ଠକେଇ…..!


ଅଧିକାରୀ ନେତାଙ୍କ ଆଶୀର୍ବାଦ ରେ ଚାଲିଛିଏହି ଘୋଟାଲା

ବ୍ରହ୍ମପୁର : ଗରିବଙ୍କ ମୁହଁ ରେ ହସ ଫୁଟାଉଥିବାର ବାଃ ବାଃ ନେଉଥିବା ସରକାର ଙ୍କ ମାଗଣା ଚାଉଳ ଯୋଜନା ପ୍ରହସନ ଓ ନେତା ଅଧିକାରୀ ଙ୍କ ଯୋଗୁଁ ଓଜନ ରେ ଠକେଇ ଅଭିଯୋଗ।ଆସିକା ବ୍ଲକରେ ୨୭ଟି ପଞ୍ଚାୟତ ଓ ଏନ.ଏ. ସିରେ ୧୮ ୱାର୍ଡ ରହିଛି।ଆସିକା ଏନ.ଏ.ସି ରେ ଥିବା ଅଧିକାଂଶ ଡିଲେର ପୋଇଣ୍ଟ ବା ଚାଉଳ ଯୋଗାଣ କେନ୍ଦ୍ରରେ ଗରିବ ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ରେ ବ୍ୟାପକ ଦୁର୍ନୀତି ଚାଲିଥିବା ନେଇ ଦୀର୍ଘ ବର୍ଷ ହେଲା ଅଭିଯୋଗ ହୋଇ ଆସୁଛି। ବର୍ତ୍ତମାନ ଦୁଇ ଦିନ ହେଲା ଗରିବ ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ରେ ଓଜନ ରେ ବ୍ୟାପକ ଠକେଇ ନେଇ ଆମେ ଲୋକଙ୍କ ସହ ଯୋଗାଯୋଗ କରିଥିଲୁ ହେଲେ ଯେଉଁ ଲୋକଙ୍କୁ ୩୫ କିଲୋ ଚାଉଳ ଯୋଗାଇବା ବଦଳରେ ୩୦କିଲୋ ଚାଉଳ ଦେଇ ୫ କିଲୋ ଚାଉଳ ହଡ଼ପ କରୁଥିଲେ ମଧ୍ୟ ବିଚରା ଗରିବ କୁଆଡ଼େ ଅଭିଯୋଗ କରିଲେ ଆଉ ଚାଉଳ ମିଳିବ ନାହିଁ, ବୋଲି ଚୁପଚାପ ରହିବାକୁ ବାଧ୍ୟ ହେଉଛି। କେଉଁଠି ବଟକରା ବଦଳ ରେ ପଥର କୁ କନା ବୁଜୁଳା ରେ ବାନ୍ଧି ଓଜନ କରାଯାଉଛି ତ ଆଉ କେଉଁଠି ଡ଼ାବା ରେ ମାପି ଓଜନ କରାଯାଉଥିବା ଦେଖିବାକୁ ମିଳୁଛି। ଆସିକା ରେ ଦୀର୍ଘ ବର୍ଷ ହେଲା ଦୁର୍ନୀତି ର ସିଂହାସନ ରେ ବସି ମୁଠା ମୁଠା ଟଙ୍କା ଅର୍ଜନ କରି ଆୟାସ ଆରାମ ରେ ବାବୁ ବୁଲୁଥିବା ଯୋଗୁଁ ଆଜି ସରକାର ଯୋଗାଉଥିବା ଗରିବ ଚାଉଳ ବାଟମାରଣା ହେଉଥିବା ଚର୍ଚ୍ଚା ର ବିଷୟ ହୋଇଛି।

ଦାୟିତ୍ୱ ରେ ଥିବା ବାବୁ ଅଫିସ ରେ ସବୁବେଳେ ଅନୁପସ୍ଥିତି ରହୁଥିବା ଅଫିସ କୁ ଗଲେ ବାବୁ କୁଆଡ଼େ ଗଲେ କହିଲେ ଗୋଟିଏ ଉତ୍ତର ମିଳେ ବାବୁ ଫିଲ୍ଲଡ଼ କୁ ଯାଇଛନ୍ତି। ଏପଟେ ବାବୁ ଙ୍କୁ ଫୋନ ମାଧ୍ୟମରେ କୌଣସି ଉତ୍ତର ଗଣମାଧ୍ୟମ ପ୍ରତିନିଧି ପଚାରିଲେ ବାବୁ କୁହନ୍ତି। ଆପଣ କେଉଁ ସଂସ୍ଥାର ସାମ୍ବାଦିକ ଅଫିସ କୁ ଆସନ୍ତୁ, ଅଫିସ କୁ ଗଲେ ବାବୁଙ୍କ ଦେଖା ମିଳୁନାହିଁ। ହେଲେ ଏଠାରୁ ଅନୁମେୟ କରିବା ଏଠାରେ ଗରିବ ଲୋକଙ୍କ ନାମରେ ଆସୁଥିବା ଚାଉଳ କିପରିସୁଷମ ବଣ୍ଟନ ହେଉଥିବା। ଓଜନ ରେ ଠକେଇ ସମ୍ପର୍କ ରେ ଯୋଗାଣ ବିଭାଗ ବାବୁ ଙ୍କୁ ପଚାରିଲେ ବାବୁ କହୁଛନ୍ତି, ଆମ ପାଖକୁ ଅଭିଯୋଗ ଆସିନି ଆସିଲେ ଦେଖିବା ଯଦି ଓଜନ ରେ ଠକେଇ ସମ୍ପର୍କ ରେ ଅଭିଯୋଗ କରିଲେ ଡ଼ିଲେର ର ନାଲି ଆଖି ଆଉ କୁଆଡ଼େ ଚାଉଳ ମିଳିବ ନାହିଁ ଭୟରେ ବିଚରା ଗରିବ ଚୁପଚାପ ରହେ।ଏଠାରେ ଦାୟିତ୍ୱ ରେ ଥିବା ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ନ ରହି ଯଦି ପ୍ରକୃତ ରେ ଲୋକଙ୍କୁ ଚାଉଳ କିପରି ସୁଷମ ବଣ୍ଟନ ହେଉଛି। ଏନେଇ ତଦାରଖ କରିଲେ ସରକାର ଯେଉଁ ମହତ ଉଦେଶ୍ୟରେ ଗରିବ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି, ତାହା ପୂରଣ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ହେଲା ଗରିବ ଙ୍କ ମୁହଁରୁ ସରକାର ଯୋଗାଉଥିବା ଚାଉଳ କେଉଁଠି ଓଜନ ରେ ଠକେଇ ତ କେଉଁଠି ନିମ୍ନ ମାନର ଚାଉଳ ମଧ୍ୟ କେତେକ ପଞ୍ଚାୟତ କୁ ରୀତିମତ ଯୋଗା ଯାଉଥିବା ନେଇ ଚର୍ଚ୍ଚା ହେଉଛି। ସଦର ମହକୁମା ରେ ବସିଥିବା ବାବୁ ମାନେ ଯଦି ଥରେ ସରକାର ଯୋଗାଉଥିବା ଚାଉଳ ଲୋକଙ୍କ ପାଖରେ କିପରି ବଣ୍ଟନ କେହଉଛି। ଯେତିକି ଚାଉଳ ହିତାଧିକାରୀ ଙ୍କୁ ଯୋଗାଇବା ଦେବାକଥା ତାହା ଦିଆ ଯାଉଛି କି ନାହିଁ। ଓଜନରେ ଠକେଇ କରୁଥିବା ଚାଉଳ ରେ ଚାଲିଥିବା ଘୋଟାଲା ର ପର୍ଦାଫାଶ ହେବା ସହ ଦାୟିତ୍ୱ ବାନ ବାବୁ ଙ୍କ ଅସଲ ମୁଖା ଖୋଲିବ। କୁବେର ବାବୁଙ୍କ ସମ୍ପତ୍ତି ଯାଞ୍ଜ କରିଲେ ବାବୁ କୋଳି ଖାଇ ମଞ୍ଜି ପୋତିଥିବା ର ରହସ୍ୟ ଉନ୍ମୋଚନ ହେବ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.