ସାମୁଦ୍ରିକଅଭୟାରଣ୍ୟରେ ୯ଟି ଟିମ୍ ଆଜିଠୁ ତିନିଦିନଧରି ଗଣନା କରିବେ ଡଲଫିନ୍

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତରକନିକା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଡଲଫିନ୍ ଗଣନା। ଏହି ଗଣନା 22ତାରିଖ ପର୍ଯ୍ୟନ୍ତ ଚାଲିବ, ଏଥିପାଇଁ ୯ଟି ଟିମ୍ କରାଯାଇଛି ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଲେଖାଏ କର୍ମଚାରୀ ରହିଛନ୍ତି । ସମୁଦ୍ର ମଝିରେ ୫ଟି ଓ ଭିତରକନିକା କ୍ରୀକ୍ ଓ ନଗୀରେ ୪ଟି ଟିମ୍ ବାଇନ୍ କୁଲାର, ଜିପିଏସ୍ ଓ ଏଣ୍ଡିଂ କ୍ୟାମେରା ସାହାଯ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲୁଥିବା ନେଇ ଆଜି ବନବିଭାଗ ସୂତ୍ରରୁ ସୂଚନା ମିଳିଛି ।୨୦୧୫ ମସିହାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଥିଲେ ମଧ୍ୟ ଗତଵର୍ଷ ୫୫୦ ଡଲଫିନ୍ ଗଣନା ହୋଇଥିବା ଵେଳେ ଚଳିତ ବର୍ଷ ଅଧିକ ହେଵାର ସମ୍ଭାବନା ରହିଛି ଵୋଲି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି। ଏ ନେଇ ଗତକାଲି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଯାଦବଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ତଥା ଗୁପ୍ତି ଫରେଷ୍ଟର ଶ୍ରୀ ଵିଭୁତି ଭୂଷଣ ତରାଇ ଓ ଵନ କର୍ମଚାରୀଙ୍କ ପରିଚାଳନାରେ ଗୁପ୍ତି ଵନବିଭାଗ ସଭାଗୃହ କକ୍ଷରେ ଡଲଫିନ୍ ଗଣନା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡଲଫିନ୍ ଵିଶାରଦ ଡ. ଶିବ ପ୍ରସାଦ ପରିଡା, ମାଇକେଲ ପିଟର ଗବେଷକ ପ୍ରଶନ୍ନ କୁମାର ନାୟକ ଯୋଗଦେଇ ଡଲଫିନ୍ ଗଣନା ନେଇ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଵନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ଵେହୁରା, ଫରେଷ୍ଟର ମହନ୍ତ କୁମାର ମଲ୍ଲିକ, ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟର ବିଭୁତୀ ଭୂଷଣ ତରାଇ ପ୍ରମୁଖ ବନକର୍ମଚାରୀ ସାମିଲ ହୋଇଥିଲେ।

ଏହି ଡଲଫିନ୍ ଗଣନା ପାଇଁ ଗହିରମଥା ରେଞ୍ଜରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବଙ୍କ ନେତୃତ୍ୱରେ ହ୍ବିଲର ଦ୍ବୀପ ଠାରୁ ଏକକୁଳା, ହଵାଳିଖଟି,ଓ ସାତଭାୟା ସମୁଦ୍ରରେ ଡଲଫିନ୍ ଗଣନା କରାଯିଵ। ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଵରୁଣେଇ ମୁହାଣରୁ ଚିଞ୍ଚିରୀ ମୁହାଣ ଓ ଏସିଏଫ ଶ୍ରୀ ଗଗନ ଵିହାରୀ ମଲ୍ଲିକଙ୍କ ନେତୃତ୍ୱରେ ଵରୁଣେଇରୁ ପାରାଦ୍ବୀପ ମୁହାଣ ପର୍ଯ୍ୟନ୍ତ, ସେହିପରି ଏସିଏଫ ପୁନମ ହୀରା ହାଁସଦାଙ୍କ ନେତୃତ୍ୱରେ ଏକକୂଳା ମାଈପୁରା ମୁହାଣରୁ ଗୁପ୍ତି ପର୍ଯ୍ୟନ୍ତ, ଫରେଷ୍ଟର ଵିଜୟ ପାତ୍ରକଙ୍କ ନେତୃତ୍ୱରେ ହଁସୁଆ ସେତୁ ଠାରୁ ଖୋଳା ପର୍ଯ୍ୟନ୍ତ, ଫରେଷ୍ଟର ଲକ୍ଷ୍ମୀଧର ବାରିକଙ୍କ ନେତୃତ୍ୱରେ ଖୋଳା ଠାରୁ ଧାମରା ମୁହାଣ ଭାୟା ନଳିତାପାଟିଆ କାଳିଭଞ୍ଜ ଡିହା ଏବଂ କଣ୍ଟିଆଖାଇ ନଦୀ ମଧ୍ୟରେ ଗଣନା କାର୍ଯ୍ୟ ଆଇଁ ପ୍ରସ୍ତୁତି ହୋଇଛୀ। ଫରେଷ୍ଟର ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜମ୍ବୁ ,ଖରନାସୀ ,ହୁକଟେଲାରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଗଣନା କରା ଯିବା ପାଇଁ ପ୍ରସ୍ତୁତି ହୋଇ ଆଜି ଗଣନା କାର୍ଯ୍ୟ ଚାଲୁ ରଖିଥିଲେ ମଧ୍ୟ ନିଉଜ ଲେଖା ବେଳକୁ ଆଜିର କେତେ ଡଲଫିନ୍ ଗଣନା ହେଲା ଗଣନା କାରୀ ଟିମ୍ ସମୁଦ୍ରରୁ ଫେରିନଥିବାରୁ ତାହା ଦର୍ଶାଇଵା ସମ୍ଭବ ହେଲା ନାହିଁ।

nis-ad
Leave A Reply

Your email address will not be published.