ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗଲେ ଜେଲ…


ରାଜନଗର : ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁରେ ଅଵସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ମଧୁସୁଦନ ବିଦ୍ୟାମନ୍ଦିର । ଏହି ଵିଦ୍ୟାମନ୍ଦିରର ମାଲିକ ନିଜେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ। ସେ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ ଖରାପ ଆଚରଣ କରୁଥିବା ଵାଟରେ ଘାଟରେ ଟୁପୁରୁ ଟାପୁରୁ ହେଉଥିଲେ ମଧ୍ୟ ଭୟ ଓ ଲୋକଲଜ୍ୟାରେ ବାହାରେ ପ୍ରକାଶ ପାଉନଥିଲା। ହେଲେ ୧୬ତାରିଖ ଦିନ ଏହି ଅନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ୬ଷ୍ଠର ଜଣେ ଓ ୭ମର ଜଣେ ଛାତ୍ରୀଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହରେ ବସାଇ ଥିଲେ। ଅନ୍ୟ ଶ୍ରେଣୀ ଗୃହରେ କେଵଳ ଏହି ଛାତ୍ରୀ ଦ୍ଵୟ ବସିଥିବାର ସୁଯୋଗ ନେଇ ମାଲିକ ତଥା ପ୍ରଧାନ ଶିକ୍ଷକ ନାଵାଳିକା ଛାତ୍ରୀ ଦ୍ଵୟଙ୍କ ଇଛା ବିରୋଧରେ ସେମାନଙ୍କ ଦେହର ଆପତି ଜନକ ଅଙ୍ଗର ଵିଭିନ୍ନ ସ୍ଥାନରେ ହାତମାରିବା ସହ ଦୁଷ୍କର୍ମ କରିଥିଲା ଏବଂଏହି ଘଟଣା ପ୍ରକାଶ ନ କରିବାକୁ ଧମକ ଦେଇଥିବା ଏଵଂ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଝିଅର ବାପା ରାଜନଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମାଲିକ ତଥା ପ୍ରଧାନ ଶିକ୍ଷକଙ୍କୁ ଉଠାଇ ଆଣି ଥାନାରେ ପଚାରା ଉଚାରା କରିଥିଲେ। ଘଟଣାଟି ସମ୍ଵେଦନ ଶୀଳ ଥିବାରୁ ଗୁରୁତ୍ଵର ସହ ତଦନ୍ତ କରାଯାଉଛି ଵୋଲି ଆଇଆଇସି ଶ୍ରୀ ଅଜୟ କୁମାର ଜେନା ସୂଚନା ଦେଇଥିଲେ। ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଥାନା କେଶନଂ 31/024 ଦଫା 376/354(ଏ)506 ଆଇପିସି 4 ପୋକ୍‌ସୋ ଆକ୍ଟ ଅନୁଯାଇ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଡାକ୍ତର ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି | ଜାମିନି ନାମଞ୍ଜୁର ହେଵାରୁ କେନ୍ଦ୍ରାପଡା ଜେଲକୁ ପଠାଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଛାତ୍ରୀଦ୍ଵୟଙ୍କର ମାଜିଷ୍ଟ୍ରେଟଙ୍କ ନିକଟରେ ଷ୍ଟେଟମେଣ୍ଟ ଦିଆଯିବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.