ଓଡ଼ଗାଁରେ କଂଗେସ କାର୍ଯ୍ୟାଳୟ ଉଦ୍ଘାଟିତ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ଓଡ଼ଗାଁ : ଓଡ଼ଗାଁ ସିଭିଲ କୋର୍ଟ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ବରେ କଂଗ୍ରେସ ର ଏକ ନୂତନ କାର୍ଯ୍ୟାଳୟ ଲୋକାର୍ପିତ ହୋଇଅଛି । ଏହି ଲୋକାର୍ପଣ ଉତ୍ସବ ରେ ବ୍ଲକ କଂଗେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମୀ ସମ୍ମିଳନୀରେ ଜିଲ୍ଲା ସାଂଗଠାନିକ ପ୍ରଭାରୀ ତଥା ପିସିସି ଉପସଭାପତି ବିଭୂତି ମିଶ୍ର ଓ ଜିଲ୍ଲା କଂଗେସ ସଭାପତି ଆଇନଜୀବୀ ରଣଜିତ୍ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ପ୍ରଭାରୀ ଡ଼. ଅଜୟ କୁମାରଙ୍କ ଆହ୍ବାନ କ୍ରମେ ବୁଥ୍ ସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ବୁଥ କମିଟି, ପଞ୍ଚାୟତ କମିଟି ଏବଂ ଜୋନ୍ କମିଟି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ପକ୍ଷରେ ଲୋକଙ୍କ ସମସ୍ୟା କୁ ନେଇ ତାକୁ ସମାଧାନ କରିବା ପାଇଁ ଆହ୍ବାନ ମଧ୍ୟ ଦେଇଥିଲେ । ବିଶେଷ କରି ଆଗାମୀ ଦିନ ରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ ରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ କହିଥିଲେ ।କର୍ମୀ ସମ୍ମିଳନୀରେ କଂଗେସ ନେତା ମନୋଜ ସାହୁ , ସତ୍ୟବ୍ରତ ନାୟକ, ଜିଲ୍ଲା କଂଗେସ ସଭାନେତ୍ରୀ ସସ୍ମିତା ଦାସ, ଓଡ଼ଗାଁ ନଗର କଂଗ୍ରେସ ସଭାପତି ଜଗନ୍ନାଥ ନାୟକ,ଗିରିଜା ଶଙ୍କର ମହାନ୍ତି, ବ୍ଲକ କଂଗେସ ଉପସଭାପତି ବିଭୂତି ରାଉତ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ପ୍ରତୀକ ମହାପାତ୍ର, ଓଡ଼ଗାଁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ଏକାଠି ହୋଇ ଲୋକଙ୍କ ନିକଟତର ହେବାକୁ ମତ ଦେଇଥିଲେ ।

nis-ad
Leave A Reply

Your email address will not be published.