ବାର୍ଷିକ କ୍ରୀଡା ଓ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ଉଦଯାପିତ…

ଉମରକୋଟ (୧୯/୦୧/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧିନସ୍ଥ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଧାଲୟର ୧୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାଆଡ଼ମ୍ବରେ ଉଦଯାପିତ ହୋଇଯାଇଛି | ଆଜିର ଉକ୍ତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଫୁଫୁଗାଁ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପରୀକ୍ଷିତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି. ଆର. ସି. ସି ରାମସା କ୍ଲଷ୍ଟର ର ଶ୍ରୀ ସଂଗ୍ରାମ କେଶରୀ ବଡ଼ଜେନା, ଫୁଫୁଗାଁ ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୀପକ ପାଢ଼ୀ, ରାମସା ସରକାରୀ ଉନ୍ନୀତ ଉଚ୍ଚ

ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟିର ପୂର୍ବତନ ସଭାପତି ଶ୍ରୀ ତୁଲାରାମ ମାଝୀ, ବର୍ତମାନର ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ସୁରେନ୍ଦ୍ର ଦୁର୍ଗା, ରାମସା ୬ ନଂ ୱାର୍ଡ ର ୱାର୍ଡ ସଭ୍ୟ ଧନେର ପୂଜାରୀ, ରାମସା ୧ ର ଅଙ୍ଗନବାଡି କର୍ମୀ କୁନ୍ତଳା ହରିଜନ, ରାମସା ୨ ର ଅଙ୍ଗନବାଡି କର୍ମୀ ଭାଗ୍ୟବତୀ ହରିଜନ, ରାମସା 1ର ଆଶା କର୍ମୀ ପୁଷ୍ପାରାଣୀ ପାଳଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତି, ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କର ଅବିଭାବକ ବୃନ୍ଦ ମାନେ ମଞ୍ଚାସିନ ହୋଇ ମଞ୍ଚଟି ଆଲୋକିତ କରିଥିଲେ |ପ୍ରଥମେ ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ ପ୍ରଭୁ ଗଜାନନଙ୍କ ପ୍ରତିମା ସମ୍ମୁଖରେ ପ୍ରଦୀପ ଓ ଧୂପ ପ୍ରଜ୍ବଳନ ପୂର୍ବକ ଗଜାନନଙ୍କ ପୂଜାର୍ଚନା କରି କାର୍ଯ୍ୟକ୍ରମକୁ ଆଗକୁ ବଡାଇଥିଲେ |ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶ୍ରୀ ଶିକ୍ଷକ ବେଣୁଧର ଭତରା ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଆଗତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ନେତମ ବିଦ୍ୟାଳୟର ବାର୍ଷିକ ବିବରଣୀ ବିସ୍ତାରିତ ଭାବରେ ସର୍ବ ସମ୍ମୁଖରେ ଉପସ୍ଥାପନା କରିଥିଲେ |ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ଦୀପକ କୁମାର ସିଂ, ଗୋପୀନାଥ ଭତରା, ମାନସ ରଞ୍ଜନ ମେହେର, ଉତ୍ତମ କୁମାର ପଧାନ, ଭାବଗ୍ରାହୀ ଲେଙ୍କା, ମୁକେଶ କୁମାର ନାଇକ,ଶିବ ପ୍ରସାଦ ସାହୁ, ଶିକ୍ଷୟିତ୍ରୀ ସୁଜାତା ପେଣ୍ଠଇ, ସବିତା ନାଟୁଆ, ରାତ୍ରି ଜଗୁଆଳି ମାନସିଂ ଗଣ୍ଡ, ଜୟରାମ ଭତରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁ ଦାୟିତ୍ୱ ତୁଲେଇଥିଲେ |ଚଳିତ ବର୍ଷ ପ୍ରଥମ ଥର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ -୨୦୨୪ ରେ ଭାଗନେଇ ଖୁସିରେ ଥିଲେ | ଜିଜ୍ଞାସା କ୍ଳବ, କୌଶଳୀ କ୍ଳବ, ସାହିତ୍ୟ ସୃଜନୀ କ୍ଳବ ଓ କ୍ରୀଡାଙ୍ଗନ କ୍ଳବ ଭଳି ଚାରିଟି କ୍ଳବରେ ବିଭକ୍ତ ହୋଇ ଚାରିଟି ବିଭାଗରେ ନିଜ ଭିତରେ ଅନ୍ତର୍ନିହିତ ପ୍ରତିଭା ସବୁର ପ୍ରଦର୍ଶନ କରିଥିଲେ |କାର୍ଯ୍ୟକ୍ରମକୁ ଆସିଥିବା ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଅନ୍ତର୍ନିହିତ ପ୍ରତିଭା ସବୁ ବୁଲି ଦେଖିଥିଲେ ଓ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ |ଉପସ୍ଥିତ ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କୁ ମନ ଲଗାଇ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ |ପରେ ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା |ସର୍ବମୋଟ ୫୨ ଟି ଇଭେଣ୍ଟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟର ୧୫୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇ ମଞ୍ଚାସିନ ଅତିଥି ମାନଙ୍କ ହସ୍ତରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ |ହାଉସିଂ ଗ୍ରୁପକୁ ସିଵାଲିକ, ନୀଳଗିରି, ଉଦୟଗିରି ଓ ଆରାବଳି ଭଳି ୪ଟି ଗ୍ରୁପରେ ଭାଗ କରାଯଇଥିଲା,ତନ୍ମଧ୍ୟରେ ଉଦୟଗିରି ପ୍ରଥମ ସ୍ଥାନ, ନୀଳଗିରି ଦ୍ଵିତୀୟ ସ୍ଥାନ,ଶିବାଲିକ ତୃତୀୟ ସ୍ଥାନ ଓ ଆରାବଳି ଗ୍ରୁପ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି | ତାଛଡା ୮ଜଣ ଛାତ୍ରଛାତ୍ରୀ ଚମ୍ପିୟାନ,୪ଜଣ ଛାତ୍ରଛାତ୍ରୀ ହାଉସିଂ ଚମ୍ପିୟାନ ଏବଂ ବାଳକ ମଧ୍ୟରୁ ଜଣେ ଓ ବାଳିକା ମଧ୍ୟରୁ ଜଣକୁ ବେଷ୍ଟ ସ୍ଟୁଡେଣ୍ଟ ଭାବେ ପୁରସ୍କୃତ କରାଯାଇଥିଲା | ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ସହ ଶିକ୍ଷକ ବେଣୁଧର ଭତରା ସମସ୍ତଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ |

nis-ad
Leave A Reply

Your email address will not be published.