କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ସାଧାରଣ ବୈଠକ…

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ଏକ ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି ତଥା ଡିଜିଟାଲ ମିଡିଆ ଆସୋସିଏସନର ପରାମର୍ଶଦାତା ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ, ରାଜ୍ୟ ଡିଜିଟାଲ ମିଡିଆର ପରାମର୍ଶ ଦାତା ଡଃ ଅରୂପ କୁମାର ଜେନା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସାମ୍ବାଦିକ ଅଶୋକ ପରିଡା, ସାମ୍ବାଦିକ ତଥା କେପି ଏଫ ର ପ୍ରତିଷ୍ଠାତା ରାଧାମୋହନ ମହାପାତ୍ର, କନ୍ଧମାଳ ମିଡିଆ ଫୋରମ ସଭାପତି ସନ୍ତୋଷ ଦିଗାଲ ପ୍ରମୂଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ପେନସନ୍ ଯୋଜନା, ବ୍ୟକ୍ତିଗତ ସୁରକ୍ଷା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସେହିପରି ଅନ୍ୟ ମାନଙ୍କ୍ ମଧ୍ଯରେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଗୋପାଳ କୃଷ୍ଣ ପଟନାୟକ, ପ୍ରଶାନ୍ତ ବେହେରା, ବିରେନ୍ଦ୍ର ସୁବୁଦ୍ଧି, କାହ୍ନୁ ଶତପ‌ଥୀ,ଡିଜିଟାଲ ମିଡିଆ ଆସୋସିଏସନର ସଭାପତି କ୍ଷିତିଶ ମଲ୍ଲିକ, ସମ୍ପାଦକ ସୁଧୀର ମହାରଣା, ଆଇନ ଉପଦେଷ୍ଟା ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଜୟ ସେନ ପରିଡା, ଅମ୍ବୁଜ ବେହେରା,
ଅଚ୍ୟୁତ ସେଠୀ, ବ୍ରଜ ନାୟକ, ଶିବ ପ୍ରସାଦ ନାୟକ,ଅଶୋକ ମହାନ୍ତି,
ସୁବ୍ରତ ମହାନ୍ତି ପ୍ରମୂଖ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ଲୋକଙ୍କ ବିଶ୍ବାସ ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ l

nis-ad
Leave A Reply

Your email address will not be published.