ନାବାଳିକାକୁ ଦୁଷ୍କର୍ମ କରି ଯୁବକ ଗିରଫ…

ଦାରିଙ୍ଗବାଡି,୧୮/୧ ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗତକାଲି ଅଭିଯୁକ୍ତ ଗିରଫ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ଜଣକ ହେଲେ ଗ୍ରୀନବାଡ଼ି ଗ୍ରାମର ସ୍ମିତ କାର୍ଜୀ ଓରଫ ଚନ୍ଦନ । ପୋଲିସ ସୂଚନା ପ୍ରକାରେ, ନାବାଳିକା ଜଣକ ୧୩ ତାରିଖ ଦିନ ଶୀତ ମହୋତ୍ସବ ଦେଖି ଘରକୁ ଫେରିବା ବେଳେ ମଶାଣି ପାଖରେ ସ୍ମିତ କାର୍ଜୀ ନାବାଳିକା ଙ୍କୁ ଉଠେଇ ନେଇ ଦୁଷ୍କର୍ମ କରି କାହାରିକୁ ନକହିବା ପାଇଁ ଧମକ ଦେଇଥିଲା । ଭୟରେ ନାବାଳିକା ଘଟଣା ସମ୍ପର୍କ ରେ କାହାରି କୁ କହିନଥିବା ବେଳେ ପରିବାର ଲୋକ ଘଟଣା ସମ୍ପର୍କ ରେ କହିଥିଲା । ଏହା ପରେ ପରିବାର ଲୋକ ଦାରିଙ୍ଗବାଡି ଥାନାରେ ବୁଧବାର ଦିନ ଏତଲା ଦେଇ ଥିଲେ। ଏନେଇ ପୋଲିସ ମାମଲା ନମ୍ୱର ୧୧/୨୪ ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ ଏସଆଇ ବାସନ୍ତୀ ବେହେରା ଏହାର ତଦନ୍ତ କରୁଛନ୍ତି ।

nis-ad
Leave A Reply

Your email address will not be published.