କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଏକ ମେଗା କମ୍ପୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣଙ୍କ ପାଇଁ ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ 175 ଜଣ ସେମାନଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ 20 ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ସେମାନଙ୍କ ବସରେ ଯାଇଛନ୍ତି l ଆସନ୍ତକାଲି ମହାନଦୀ ହସ୍ପିଟାଲ ରେ ରୋଗୀ ମାନଙ୍କ ପରଳ ଅସ୍ତ୍ରପଚାର କରାଯିବ ! 20.01.2024 ହସ୍ପିଟାଲ ବସ ରେ ସେମାନେ ଫେରିବେ l ରୋଗୀ ମାନଙ୍କ ଯିବା ଆସିବା, ରହିବ, ଖାଇବା ସମ୍ପୂର୍ଣ ମାଗଣା ରେ ସମ୍ପାଦିତ ହୋଇଛି l ଏହି ଶିବିର କାର୍ଯ୍ୟକ୍ରମ ରେ ସଂଘ ର ସଭାପତି କମଳା କାନ୍ତ ପାଣ୍ଡେ,, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ, ଉପସଭାପତି ନବକିଶୋର ରଥ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ, ସଂଗଠନ ସମ୍ପାଦଜ ରାଜକିଶୋର ପାଢ଼ୀ, ଯୁଗ୍ମସମ୍ପାଦକ ବଂଶୀଧର ପଣ୍ଡା,ଗଭର୍ଣ୍ଣିଙ୍ଗ ବଡି ର ସଦସ୍ୟ ନବୀନ କିଶୋର ପଣ୍ଡା, କର୍ମକର୍ତ୍ତା ଶ୍ରୀମତୀ ମଞ୍ଜୁଳା ପାଣିଗ୍ରାହୀ, ପ୍ରୋମଦ ସାହୁ, ମଧୁସୂଦନ ସାହୁ, ମୋହନ ପ୍ରଧାନ, ବିକାଶ ମହାନ୍ତି, ସୁବାସ ଚଦ୍ର ବେହେରା ସହଯୋଗ କରିଥିଲେ l
ମହାନଦୀ ନେତ୍ର ଚିକିତ୍ସାଳୟ ର ଡ଼କ୍ଟର ପ୍ରଶାନ୍ତ କୁମାର ଶତପଥି, ଧର୍ମରାଜ ନାୟକ, ଚନ୍ଦ୍ରଶେଖର ନନ୍ଦ, ମହେଶ ବେହେରା ପ୍ରମୁଖ ଚକ୍ଷୁ ଶିବିର ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.