ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…

ଚିକିଟୀ : ଚିକିଟୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଜିଲ୍ଲାପରିଷଦ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏମ ନାଗରାଜୁ, ସ୍ଥାନୀୟ ସରପଞ୍ଚ ବି. ଜ୍ୟୋତି ରେଡ୍ଡୀ ମଞ୍ଚାସିନ ହୋଇ ଆମ ପଞ୍ଚାୟତ ର ବିକାଶ ପୁସ୍ତିକା ଉନ୍ମୋଚନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ମଞ୍ଚରେ ଗୋଷ୍ଟୀ ଅଧିକାରୀ ବିଗତ ୫ବର୍ଷରେ ପଞ୍ଚାୟତ ରେ ହୋଇଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟର ସୂଚନା ପ୍ରଦାନ କରିବାକୁ ସମସ୍ତ ବିଭାଗୀୟ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ। ଏହି ପରିପେକ୍ଷୀରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଦଣ୍ଡପାଣି ପାତ୍ର ୫ବର୍ଷ ର ବିକାଶନେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୮ଟି ପ୍ରକଳ୍ପ ରେ ୫୦ଲକ୍ଷ, ଲକ୍ଷ୍ମୀ ବସ ସେବା ଯୋଜନା ରେ ୧୦ଲକ୍ଷ, କ୍ରୀଡା କ୍ଷେତ୍ରରେ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ହୋଇଥିବା ଦର୍ଶାଇ ଥିଲେ |ସେହିପରି ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ରେ ୫ଟି ଜରିଆରେ ଉନ୍ନତ ଧରଣର ଶିକ୍ଷାଦାନ ନେଇ ୪୫ଲକ୍ଷ, ମିଶନ ଶକ୍ତି ଗୃହ ବାବଦକୁ ୭ଲକ୍ଷ ସାଙ୍ଗକୁ ୧୦୯ମିଶନ ଶକ୍ତି ମହିଳା ସୟଂ ସହାୟକ ଗୋଷ୍ଟୀ ଙ୍କୁ ବିନା ଶୁଦ୍ଧରେ ୪କୋଟି ୯୦ଲକ୍ଷ,୨୨୯୧ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ରାସନ କାର୍ଡ ରେ ଅନ୍ତର୍ଭୁକ୍ତ,୧୬୯୯ପରିବାର କାଳିଆ ଯୋଜନା,୫ଗୋଟି କେଟଗୋରୀରେ ମଧୁବାବୁ ପେନସନ ଯୋଜନାରେ ୬୪୩ଜଣ କୁ ଭତ୍ତା,ହରିଶ୍ଚନ୍ଦ୍ର ଯୋଜନାରେ ୯୦ଜଣଙ୍କୁ ସହାୟତା ସାଙ୍ଗକୁ ମମତା ଯୋଜନା ମାଧ୍ୟମରେ ୪୪୯ଗର୍ଭବତୀ ମହିଳାଙ୍କୁ ମମତା ସହାୟତା ପ୍ରଦାନ କରାଯାଇଥିବା ବିଭାଗୀୟ କର୍ମଚାରୀ ମାନେ ସୂଚନା ପ୍ରଦାନ କରିଥିଲେ।ଏହି ଶିବିର ରେ ସମାଜ ସେବୀ ସୁରେନ୍ଦ୍ର ମଣ୍ଡଳ, କିଶୋର ପଣ୍ଡା, ଉମ୍ମା ରେଡ୍ଡୀ ସମେତ ପଞ୍ଚାୟତ ବାସୀ,ସମସ୍ତ ସୟଂ ସହାୟକ ଗୋଷ୍ଟୀ, ଆଶା, ଅଙ୍ଗନବାଡି,ସ୍ବେଛାସେବୀ ଉପସ୍ଥିତ ଥିବା ବେଳେ ବ୍ଲକ କର୍ମଚାରୀ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟ ସଫଳ ହୋଇଥିଲା।

nis-ad
Leave A Reply

Your email address will not be published.