ମାଲକାନଗିରି (୧୬/୦୧) : ଆଜି ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପ୍ରତିଯୋଗୀତା ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟାପକ ଡକ୍ଟର ସରୋଜ କୁମାର ଦାସ ଓ ରବୀନ୍ଦ୍ର କୁମାର ମହାରଣା (ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ), ପୂର୍ବତନ ଅଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ ଯୋଗଦାନ କରି ଓଡ଼ିଆର ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ l ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପସୁମନ ଅର୍ପଣ କରିଥିଲେ l ଆଜିର କାର୍ଯ୍ୟକ୍ରମରେ କବିତା ଆବୃତ୍ତି ଓ ପ୍ରବନ୍ଧ ବିଷୟରେ ଛାତ୍ରଛାତ୍ରୀମାନେ ସ୍ୱଲିଖିତ କବିତା ଆବୃତ୍ତି କରିବା ସହିତ ମୋ କଥା ଓ ମୋ କାହାଣୀ କହିଥିଲେ l ନୋଡାଲ ଅଧିକାରୀ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଟୁକୁନା ପ୍ରସାଦ ବଡୁ,ଲକ୍ଷ୍ମୀ କୁଜୁର, ଗୌତମ ନାୟକ,ଉମେଶ ଚନ୍ଦ୍ର ରାଉତ, ପ୍ରମେୟ କୁମାର ମହାନ୍ତି, ପି. ଗୁପ୍ତେଶ୍ୱର ରାଓ, ସୁଶାନ୍ତ ମାଝୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଚାରି ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ 22ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଏହି କାର୍ଯ୍ୟକ୍ରମଟି ଓଡିଶା ସରକାର ଉଚ୍ଚ ଶିକ୍ଷା ବିଭାଗର ପ୍ରାୟୋଜିତ କାର୍ଯ୍ୟକ୍ରମ l
Sign in
Sign in
Recover your password.
A password will be e-mailed to you.