ଧୂଳିଧୂସର ଚାଦର ଭିତରେ ଉମରକୋଟ ସହର : ସାଧାରଣ ଜନତା ଅଣନିଶ୍ୱାସୀ,ପ୍ରଶାସନ ନିରବଦ୍ରଷ୍ଟା…

ଉମରକୋଟ : ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି | 5 ଟି ସଚିବ ବିଭିନ୍ନ ଅଞ୍ଚଳ ଗସ୍ତକରି କୋଟି କୋଟି ଟଙ୍କାର ପ୍ରକଳ୍ପରେ ଖର୍ଚ୍ଚ କରୁଛନ୍ତି, କିନ୍ତୁ ଦୁଃଖର ବିଷୟ ମାତ୍ର ୨ କିଲୋମିଟର ରାସ୍ତାର ଖର୍ଚ୍ଚ ସରକାର ପାଖରେ ନାହିଁ |
ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦ ଅନ୍ତର ଗତ ୧ନଂ ୱାର୍ଡ ଦର୍ଗାଗୁଡ଼ା ଗ୍ରାମ ମଧ୍ୟ ଦେଇ ଉମରକୋଟ ଠାରୁ ରାଇଘର ନେସନାଲ ରାସ୍ତା ଯାଇଅଛି | ବିଗତ ୨ବର୍ଷ ପୂର୍ବେ ଶୁଣିବାକୁ ପାଇଥିଲୁ ଧୋଡ଼ରା ଗ୍ରାମ ଠାରୁ ଦର୍ଗାଗୁଡ଼ା ଗ୍ରାମ ପର୍ଯନ୍ତ ରାସ୍ତା ବଜେଟ ପାସ ହୋଇଅଛି, କିନ୍ତୁ ଦୁଃଖର ବିଷୟ ଗତବର୍ଷ ଧୋଡ଼ରା ରୁ ଉମରକୋଟ ପୁରୁଣା ଵାସଷ୍ଟାଣ୍ଡ ପର୍ଯ୍ୟନ୍ତ ମରାମତି ହୋଇ ରହି ଯାଇ ଅଛି | ବଳକା ରହିଲା ଵସଷ୍ଟାଣ୍ଡ ଠାରୁ ଦର୍ଗାଗୁଡ଼ା ପର୍ଯ୍ୟନ୍ତ, ବର୍ତ୍ତମାନ ଏହି ରାସ୍ତା ଏତେ ଖରାପ ହୋଇ ଅଛି ଯେ ଚବିଶ ଘଣ୍ଟା ଏତେ ପରିମାଣରେ ଧୂଳି ଉଡୁଛି ଲୋକଙ୍କ ଜୀବନ ଅଧା ହୋଇଯିବ | ମାତ୍ର ୩କିଲୋ ମିଟର ରାସ୍ତା ଯିବା ପାଇଁ ଅଧା ଘଣ୍ଟା ସମୟ ଲାଗୁଚି | ରାସ୍ତା ପାର୍ଶରେ ଥିବା ଦୋକାନ ଗୁରିକରେ ଧୂଳି ଧୂସରରେ ଭର୍ତି ହେଇ ଯାଉ ଅଛି, ଏବିଷୟରେ ପୂର୍ତ୍ତ ବିଭାଗକୁ ବହୁ ଥର ଜଣାଇବା ସତ୍ତ୍ୱେ କର୍ଣ୍ଣ ଗୋଚର କରୁ ନାହାନ୍ତି, କି ପାଣି ଟିକିଏ ଛିଞ୍ଚି ନାହୁନ୍ତି | ଆମର ପ୍ରତି ନିଧି ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ସାକ୍ଷାତ ନ ହେବାରୁ ଫୋନ ମାଧ୍ୟମରେ ଯୋଗାଗୋଗ କରିବାକୁ ଚେଷ୍ଟା କରି ମଧ୍ୟ୍ୟ ସମ୍ଭବ ହୋଇ ପରିଲା ନାହିଁ, ଆଗାମି ଦିନରେ ଭୋଟ ଆସୁଛ, ସାଧାରଣ ଜନତା ଏହାର ଉପଯୁକ୍ତ ଜବାବ ଦେବେବୋଲି ସୂଚନା ଦେଇଛନ୍ତି |


nis-ad
Leave A Reply

Your email address will not be published.