ନିଘୋଡ଼ ନିଦ୍ରାରେ ଉଠା ଜଳ ସେଚନ ବିଭାଗ :ଠିକାଦାର ଓ ବାବୁ ଙ୍କ ମିଲି ଭଗତ ରେ କୋଟି କୋଟି ଟଙ୍କା ବାଟ ମାରଣା…!!

ଚାଷୀ ଏଠାରେ ଜଳକା…!


ବ୍ରହ୍ମପୁର : ୧୬-୧ ଗଞ୍ଜାମ ଜିଲ୍ଲା ରେ ଏବେ ଉଠା ଜଳସେଚନ ବିଭାଗ ର ବାବୁ ମାନେ କାର୍ଯ୍ୟାଳୟ କୁ ନଆସି ଠିକାଦାର ପ୍ରୀତି ଯୋଗୁଁ ହଜାର ହଜାର ଚାଷଜମି ଶୁଖିଲା ପଡ଼ିବା ଫଳରେ ଚାଷୀ ଏବେ ଦାଦନ ଖଟିବାକୁ ବିଦେଶ ମୁହାଁ। ରାଜ୍ୟ ସରକାର ଚାଷ ଜମି ଓ ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବ ରେ ସରକାର ଙ୍କ ଏହି ସବୁ ଯୋଜନା ବିଭୀଗୀୟ ବାବୁ ମାନଙ୍କ ଯୋଗୁଁ ଫେଲ ମାରିଥିବା ଫଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଏପଟେ ଦୈବ ର ମାଡ଼ ସେପଟେ ବାବୁ ମାନଙ୍କ ମୁଠା ମୁଠା ଟଙ୍କାର ଫଲସ ବିଲ କରିବା ଯୋଗୁଁ ଚାଷୀମାନେ ଦାଦନ ଖଟିବାକୁ ଜିଲ୍ଲା ବାହାରକୁ ଯାଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ନଈ କୂଳରେ ବୋର ଖୋଳା ରେ ମହା ଦୁର୍ନୀତି ସାଙ୍ଗକୁ କେନାଲ ଓ କୁଣ୍ଡ କରିବା କାଗଜ କଲମରେ ସୀମିତ ଥିବା ଯୋଗୁଁ ଆଜି ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେତିକି ପରିମାଣ ର ବୋର ଖୋଳିବା କଥା ତା ଠାରୁ ସ୍ୱଳ୍ପ ପରିମାଣ ର ବୋର ଖୋଳା ଯିବା ଫଳରେ ଚାଷ ଜମିକୁ ଆବଶ୍ୟକ ଥିବା ଜଳ ନ ଯିବା ଫଳରେ ଜମି ଶୁଖିଲା ପଡୁଛି। ଅନ୍ୟ କେଉଁଠି ରକ୍ଷଣା ବେକ୍ଷଣା ଅଭାବରୁ ମୋଟର ଅଚଳ ରହିଛି। ହେଲେ ବାବୁ ମାନେ ନିଜର କର୍ମ ସ୍ଥଳକୁ ନ ଆସିବା ଫଲସ ବିଲ କରି ଠିକାଦାର ମାନଙ୍କ ସହ ପାର୍ଟନେର ହୋଇ ଦୁର୍ନୀତି କୁ ପ୍ରଶୟ ଦେଉଥିବା ବହୁ ଚାଷୀଙ୍କ ମୁହଁରେ ଶୁଣିବାକୁ ମିଳୁଛି। ଉଠା ଜଳସେଚନ ବିଭାଗ ଏବେ ଚାଷୀ ମାନଙ୍କ ପାଇଁ ଅଲୋଡ଼ା ହୋଇଛି। ଜିଲ୍ଲା ର

ବ୍ରହ୍ମପୁର,ଭଞ୍ଜନଗର ଓ ଆସିକା ଉପଖଣ୍ଡ ଅଞ୍ଚଳ ରେ ବାବୁ ମାନେ ନ ରହିବା, ସଠିକ ସର୍ବେକ୍ଷଣ ନକରି ବୋର ଖନନ କରି ବିଫଳ ଦେଖାଇବା ଭଳି କାର୍ଯ୍ୟ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହି ବିଭାଗ ଏବେ ଅଚଳ ବିଭାଗ ହୋଇଥିବା ଯୋଗୁଁ ନା ଅଛି ଆଖୁ, ଧାନ, ରବିଫସଲ, ଖରିଫ ଫସଲ ହେଉଥିବା ଯୋଗୁଁ ଚାଷୀ କେଉଁଠି ଆତ୍ମହତ୍ୟା କରୁଛି ତ ସର୍ବଶାନ୍ତ ହୋଇ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି l ବ୍ରହ୍ମପୁର ରେ ଥିବା ଉଠା ଜଳ ସେଚନ ବିଭାଗ କାର୍ଯ୍ୟ ଶୈଳୀ କୁ ଯଦି ସ୍ୱତନ୍ତ୍ର ଅଡିଟ ଓ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ବାବୁ ମାନଙ୍କ ଅସଲ ମୁଖା ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି… I

nis-ad
Leave A Reply

Your email address will not be published.