ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା…

ଦାରିଙ୍ଗବାଡ଼ି,୧୨/୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ୟା ଘଟଣା ଘଟିଛି । ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ଅଭିଯୋଗ କରିଛନ୍ତି ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିକାରିଣୀ । ପ୍ରାପ୍ତ ସୂଚନା ପ୍ରକାରେ ନାବାଳିକା ଜଣକ ଦାରିଙ୍ଗବାଡ଼ି ଅଞ୍ଚଳ ରେ ପାଠ ପଢ଼ୁଥିଲେ । ଅନ୍ୟ ଏକ ବିଦ୍ୟାଳୟ ରେ ପଢ଼ୁଥିବା ଦଶମ ଶ୍ରେଣୀ ର ନାବାଳକ ସହ ବନ୍ଧୁତା ସ୍ଥାପନ ହୋଇଥିଲା ଏହାର ସୁଯୋଗ ନେଇ ନାବାଳକ ଜଣକ ଛତ୍ରୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ବର୍ତ୍ତମାନ ନାବାଳିକା ଛାତ୍ରୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଛି । ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଦାରିଙ୍ଗବାଡ଼ିର ଶିଶୁ ସମନ୍ୱିତ ବିକାଶ ଅଧିକାରିଣୀ ଏହାର ତଦନ୍ତ କରି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ କୁ ଆଧାର କରି କେଶ ନଂ- ୮/୨୪ ,ଦଫା ୩୭୬ (୨)(N) , ୩୭୬(A) , ପୋକସୋ ଆଇନରେ ରୁଜୁ କରି ନାବାଳିକା ଛତ୍ରୀ ଓ ଛାତ୍ରଙ୍କ ପୋଲିସ ଫୁଲବାଣୀ ର ଜୁଭିନାଲ କୋର୍ଟକୁ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.