ଉଦ୍‌ଯାପିତ ହେଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରରେ (ନୂଆ-ଓ) ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ…

ମାଲକାନଗିରି : (ନୂଆ-ଓ) ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରାଜ୍ୟର ଯୁବ ପିଢୀଙ୍କ ନିମନ୍ତେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ତିନୋଟି ପ୍ରମୁଖ ଅଣଶୈକ୍ଷିକ ଦିଗ ପ୍ରତି ଗୁରୁତ୍ୱାରୋପ କରି ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସ୍ଥଳେ ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ର ଆନୁକୁଲ୍ୟରେ ଉଦ୍‌ଯାପିତ ହୋଇଯାଇଛି । ଇତି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥୁବା ଅନୁଷ୍ଠାନର କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସଂଗେ ସଂଗେ ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ତେବେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକା, ମୁଖ୍ୟ ବକ୍ତା ଭାବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼.ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନନ୍ଦ, ସମ୍ମାନୀତ ଅତିଥ୍ ଭାବେ ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସମାରି ତାଙ୍ଗୁଲ, ସମ୍ମାନୀତ ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ମନୋଜ ବାରିକ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼.ଶ୍ରୀଯୁକ୍ତ ଅନିଲ କୁମାର ମିଶ୍ର, ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରମିଳା ମାଝି, ମାଲକାନଗିରି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ମଶା ବାହିତ ରୋଗ) ଡ଼.ଶ୍ରୀଯୁକ୍ତ ଧନେଶ୍ଵର ମହାପାତ୍ର, ମାଲକାନଗିରି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡ଼.ଶ୍ରୀଯୁକ୍ତ ବ୍ରଜବନ୍ଧୁ ଦାଶ, ମାଲକାନଗିରି ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ମିଶ୍ରଙ୍କ ସମେତ ମାଲକାନଗିରି ଜିଲ୍ଲା ସଂଯୋଜକ (ନୂଆ-ଓ) ନୁଆ ଓଡ଼ିଶା ନବୀନ ଓଡ଼ିଶା,ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଲୁକ୍କାୟିତ ଭାବେ ରହିଥିବା ପ୍ରତିଭା ଗୁଡ଼ିକର ବିକାଶ କରିବା ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ବୋଲି ବିଧାୟକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହା ସହ ଉପଯୁକ୍ତ ଭାବେ ତାଲିମ୍ ଗ୍ରହଣ କରି ଭବିଷ୍ୟ ଅନ୍ଵୟୀ ହେବା, କେବଳ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସୀମିତ ନ ରହି ଶିକ୍ଷାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଓ କଳା କ୍ଷେତ୍ରରେ ସମୟ ଓ ସୁଯୋଗ ଦେଇ କିଭଳି ଏକ ଗୌରବମୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରାଯାଇ ପାରିବ ସେ ସମ୍ପର୍କରେ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ବେହେରାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ବେଳେ ପ୍ରଶିକ୍ଷିକା ତଥା ଅଧ୍ୟାପିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ମୁଦୁଲି ଏବଂ ଶ୍ରୀମତୀ ଶାଶ୍ଵତୀ ନାୟକ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ଅଣ-ଶୈକ୍ଷିକ କର୍ମଚାରୀ ଅଟଳ ମିସ୍ତ୍ରୀ କାର୍ଯ୍ୟକ୍ରମ ସୁପରିଚାଳନା ଭାର ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.