ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଲିଲା ଅର୍ପଣ ରଥ…

ଦାରିଙ୍ଗବାଡ଼ି, ୧୨/୧ : ଆସନ୍ତା ୧୭ ତାରିଖ ଦିନ ଉଦଘାଟିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପର ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କୁ ଅନୁରୋଧ କରୁଛନ୍ତି ଯେ ସେମାନେ ଏକ ମୁଠା ଚାଉଳ ଓ ଗୋଟିଏ ଗୁଆ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରନ୍ତୁ ଏବଂ ଏହି ସବୁ ଚାଉଳ ଓ ଗୁଆ କୁ ସଂଗୃହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ପଣ ରଥର ବାହାରି ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ଗସ୍ତ କରୁଛି । ଏହି କ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହେଡ କ୍ୱାଟର ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଡୁକିବାଡ଼ି ଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କ ସହଯୋଗ କ୍ରମେ ଅର୍ପଣ
ରଥ ବୁଲି ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁ ଓ ସମସ୍ତ ଗ୍ରାମ ପଞ୍ଚାୟତ ବାସୀ ମାନଙ୍କ ଠାରୁ ମୁଠାଏ ଚାଉଳ ଓ ଗୋଟେ ଗୁଆ ସଂଗ୍ରହ କରାଯାଇଛି ।ଭକ୍ତ ମାନେ ଭଜନ କୀର୍ତ୍ତନ ସହିତ ଦୀପ ଜାଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଅର୍ପଣ ରଥକୁ ଭବ୍ୟ ସ୍ବାଗତ କରିଥିଲେ।

nis-ad
Leave A Reply

Your email address will not be published.