ଗଣମାଧ୍ୟମକୁ ନିଜର ବ୍ୟବହାର ଲାଗି କ୍ଷମାମାଗିଲେ ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି

ଵ୍ରହ୍ମପୁର : କାହା ସାହସରେ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ। ଗଣମାଧ୍ୟମକୁ ନାଲି ଆଖି ଦେଖାଇ ବାହାରକୁ ତଡିବା ପାଇଁ ନିର୍ଦେଶ ଦେଲେ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ। ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତିଙ୍କ ନେତୃତ୍ୱରେ ହେଉ ଥିଲା କୋର କମିଟି ବୈଠକ। ଉକ୍ତ ବୈଠକରେ ଡାଇରେକ୍ଟର ମାନଙ୍କ ସହିତ ବଚସା ହେଲା। ଗଣ୍ଡଗୋଳ ସମୟରେ ସାମ୍ବାଦିକ ମାନଙ୍କୁ କିଛି ଡାଇରେକ୍ଟର ଡାକିଥିଲେ, ଗଣମାଧ୍ୟମ ସେଠାରେ ପହଂଚି ଚେଷ୍ଟା କରିଥିଲେ ବୈଠକ ଗୃହ ନିକଟକୁ ଯିବାକୁ, ହେଲେ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ନିର୍ଦ୍ଦେଶ ଦେଲେ ଗଣମାଧ୍ୟମ କୁ ତଡିବା ପାଇଁ। ଏଭଳି ଅଶୋଭନୀୟ ଓ ବିବାଦୀୟ ମନ୍ତବ୍ୟକୁ ନେଇ ଚାରିଆଡୁ ସଭାପତିଙ୍କୁ ନିନ୍ଦା କରାଯାଇଛି। ବ୍ୟାଙ୍କରେ ବିପୁଳ ଅନିୟମିତତା ଓ ଜାଲିଆତି ନେଇ ସଭାପତିଙ୍କୁ ଘେରି ଥିଲେ କୁଆଡେ ଡାଇରେକ୍ଟଟର ମାନେ। ଉକ୍ତ ବୈଠକରେ ପରସ୍ପର ମଧ୍ୟରେ ବଚସା ହୋଇଥିଲା । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ପ୍ରଶ୍ନ କରିବାରୁ ସଭାପତି ଉଚ୍ଚା ଗଳାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ତଡ଼ି ଦେବା ପାଇ ନିର୍ଦ୍ଦେଶ ଦେଇଥିଲେ ।ଏଭଳି ଅଶୋଭନୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗଣମାଧ୍ୟମ ପ୍ରତିନିଧିମାନେ ।

ଏହି ଘଟଣା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ସମବାୟ ବ୍ୟାଙ୍କ ସମ୍ମୁଖରେ ଦୁଇ ଘଣ୍ଟା ଧାରଣା ଦେଇଥିଲେ। ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ପରେ ଏକାଠି ହୋଇଥିଲା ଆସିକା ଗଣମାଧ୍ୟମ ପ୍ରତିନିଧିମାନେ।ଅନଭିଜ୍ଞ ଓ ଦାୟିତ୍ୱ ହୀନ ସମବାୟ ବ୍ୟାଙ୍କ ସଭାପତିଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି।ବୈଠକ ଅଧାରୁ ସମବାୟ ବ୍ୟାଙ୍କ ସଭାପତି ଆସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ କି ବୈଠକରେ ଆମେ ଗଣ୍ଡଗୋଳ ହେଉଥିଲୁ ସତ କିନ୍ତୁ ଏବେ ମିଳିମିଶି ଭୋଜି ଖାଇବୁ, ଯଦି ମୋର ଭୁଲ ହୋଇଛି ତାହାଲେ ମୁଁ କ୍ଷମା ମାଗୁଛି କହି ଚାଲିଯାଇଥିଲେ। କିନ୍ତୁ ତାହା ବି ବେପରୁଆ ଢଙ୍ଗରେ. ସେଥିପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଉତ୍ତ୍ୟକ୍ତ ହୋଇ ଧାରଣାରୁ ଓହରି ନଥିଲେ। ଶେଷରେ ଆସିକା ଥାନା ଅଧିକାରୀ ସ୍ୱରୂପ କିଷାନ ଓ ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତରେ ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ କ୍ଷମା ମାଗିଥିଲେ। ଆଗାମୀ ଦିନରେ କୌଣସି ମିଡ଼ିଆ ବନ୍ଧୁଙ୍କୁ ସରକାର କର୍ମଚାରୀ ଏଭଳି ଦୁର୍ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.