ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲଏଲଆଇଏନ୍) ବଣ୍ଟନ ସକାଶେ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ

ମାଲକାନଗିରି, ୨୫/୧୦/୨୪ : ଜିଲ୍ଲା ସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔପଚାରିତ ମଶାରୀ ବଣ୍ଟନ ସକାଶେ ଏକ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ( ମଶା ବାହିତ)ଡ଼. କବିତା ସ୍ୱାଇଁ ଓ ସମସ୍ତ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏହି ସଭାରେ ଉପସ୍ଥିତ ଥିଲେ l

ଜିଲ୍ଲାରେ ୧୨୪୯ ମଶାରୀ ବିତରଣ କେନ୍ଦ୍ରରେ ୩୮୦୯୯୩ ମଶାରୀ ବଣ୍ଟନ କରାଯିବ l ଜିଲ୍ଲାକୁ ରାଜ୍ୟ ସରକାର ୪୧୫୯୯୩ ମଶାରୀ ଯୋଗାଇ ଦେଇଛନ୍ତି l ଜିଲ୍ଲାରେ ୨୨୪୨ ରାଜସ୍ୱ ଓ ପଡାଗ୍ରାମରେ ନଭେମ୍ବର ୧୮ ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଚାଲିବ l

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଜଙ୍ଗଲ ଅଧିକାରିଣୀ ଓ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳିକା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ପରାମର୍ଶ ଦାତା ଉପସ୍ଥିତ ଥିଲେ । ଏହି ସଭାକୁ ଜିଲ୍ଲା ମଶା ବାହିତ ପରାମର୍ଶଦାତା ଅଜିତ କୁମାର ଦଳାଇ ପରିଚାଳନା କରିଥିଲେ ଏବଂ ଜିଲ୍ଲାର ମଶାରୀ ବଣ୍ଟନର କାର୍ଯ୍ୟ ସୂଚୀ ଓ ଯୋଜନା କମିଟି ସମ୍ମୁଖରେରେ ଉପସ୍ଥାପନା କରିଥିଲେ l

nis-ad
Leave A Reply

Your email address will not be published.