ପ୍ରସାସାନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଅଙ୍ଗନବାଡିରୁ ଖୋଲିଲା ତାଲା

ମାଲକାନଗିରି : ମାଲକାନଗିରି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଖଇରପୁଟ ଅଧୀନ ରେ ଅଙ୍ଗନୱାଡ଼ି କର୍ମୀ ନିୟୋଜନ କୁ କେନ୍ଦ୍ର କରି ବିଭିନ୍ନ ସ୍ଥାମ ରେ ଗ୍ରାମବାସୀ ଙ୍କ ମଧ୍ୟରେ ବିଶୃଙ୍ଖଳା ପରିଲକ୍ଷିତ ହେଉଛି। ଗତ ୧୯/୦୯ ତାରିଖରେରେ ମାଛାଗୁଡ଼ା ଅଙ୍ଗନୱାଡ଼ି କର୍ମୀ ଭାବେ ସଂଯୁକ୍ତା ଦୋରା ( ପିତା – ମଙ୍ଗଳା ଦୋରା )ନିଯୁକ୍ତି ପାଇଛନ୍ତି। ସରକାର ଙ୍କ ନିୟମାବଳୀ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ଅନ୍ତର୍ଗତ ପାର୍ଥିନି ଙ୍କୁ ଚୟନ ପ୍ରକ୍ରିୟାରେ ମଧ୍ଯକୁ ନିଆଯିବାର ନିୟମ ରହିଛି। ସଂଯୁକ୍ତା ଦୋରା ମାଛାଗୁଡ଼ା ଅଧିନସ୍ଥ ନନ୍ଦିନିଗୁଡ଼ା ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଏବଂ ସମସ୍ତ ଦରଖାସ୍ତ କାରିଣୀଙ୍କ ଠୁ ଅଧିକା ନମ୍ବର ରଖୁଥ‌ିବାରୁ ଉକ୍ତ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେଇଥିଲେ | କିନ୍ତୁ ମାଛଗୁଡ଼ା ଗ୍ରାମବାସୀ ଏହି ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ୨ ଦିନ ଧରି ତାଲା ପକାଇଥିଲେ ପକାଇଥିଲେ । ଗୋଷ୍ଟି ଉନ୍ନୟନ ଅଧିକାରୀ ଖଇରପୁଟ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଖଇରପୁଟ ଓ ପୋଲିସ ସହାୟତା ରେ କେନ୍ଦ୍ର ଖୋଲା ଯାଇଥିଲା । ପୁନଶ୍ଚ ଗତ ୨୧ତାରିଖରେ କାଲାପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର ରେ କର୍ମୀ ଭାବେ ସୁନାମଣି ଖରା, ପିତା – ଗୁରୁ ଖରା ନିୟୋଜିତ ହେଲେ । କିନ୍ତୁ ଅନୁରୂପ ଭାବରେ କାଲାପଲ୍ଲୀ ଗ୍ରାମବାସୀ ମଧ୍ଯ ଚୟନପ୍ରକ୍ରୀୟ କୁ ବିରୋଧ କରି ଏବଂ ୱାର୍ଡ ମେମ୍ବରଙ୍କ ଝିଅ ଲକ୍ଷ୍ମୀ ଖୁଲିକୁ ଅଙ୍ଗନୱାଡ଼ି କର୍ମୀ ରୂପେ ଚୟନ କରିବା ପାଇଁ ଦାବି କରି ଅଙ୍ଗନୱାଡ଼ି କେନ୍ଦ୍ର ରେ ତାଲା ପକାଇଥିଲେ । ଗୋଷ୍ଟି ଉନ୍ନୟନ ଅଧିକାରୀ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ତାଲା ଖୋଲା ଯାଇନଥୁଲା I ତିନି ଦିନ ଧରି କେନ୍ଦ୍ର ବନ୍ଦ ରହିବା ପରେ ଉପ ଜିଲ୍ଲାପାଳ, ତହସିଲଦାର ଓ ପୋଲିସ ଙ୍କ ଗସ୍ତ ପରେ କେନ୍ଦ୍ର ଖୋଲା ହେଇଥିଲା I ଅଙ୍ଗନୱାଡ଼ି କର୍ମୀ ଚୟନ ପ୍ରକ୍ରିୟା ସରକାର ଙ୍କ ନିୟାମବଳି କୁ ଅନୁସରଣ କରି, ଉପ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତା ରେ ଛଅ ଜଣିଆ ଜମିଟି ଙ୍କ ଦ୍ବାରା ସମ୍ପନ୍ନ ହେଉଅଛି I ଅଙ୍ଗନୱାଡ଼ି କେନ୍ଦ୍ର ର ଅଧୁନସ୍ଥ ପ୍ରାଥୁନି ମାନଙ୍କ ମଧ୍ୟରେ ମାର୍କିଙ୍ଗ କରାଯାଇ କର୍ମୀ ଚୟନ କରା ଯିବା ବ୍ୟବସ୍ଥା ରହିଛି ।ବେଆଇନ ଭାବରେ ସରକାରୀ କାର୍ଯ୍ୟାଳୟ/ ଅନୁଷ୍ଠାନ ରେ ତାଲା ପକାଇବା କିମ୍ବା ସରକାରୀ କାର୍ଯ ରେ କୌଣସି ବାଧା ସୃଷ୍ଟି କରିବା ଆଇନଗତ ଅପରାଧ ବିଷୟରେ ପ୍ରସାସାନିକ ଅଧିକାରୀ ବୁଝାଇ ଥିଲେ ।

nis-ad
Leave A Reply

Your email address will not be published.