ନୂଆ ହିଟ ଆଣ୍ଡ ରନ ଆଇନକୁ ଡ଼୍ରାଇଭର ମହାସଂଘର ବିରୋଧ

ଓଡ଼ଗାଁ : କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନ ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ନୂତନ ଆଇନ୍ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନ ଦେଇ ଚାଲି ଗଲେ ୧୦ବର୍ଷ ଜେଲ ଦଣ୍ଡ ସହିତ ଜୋରିମାନା ୭ଲକ୍ଷ ଟଙ୍କା ଚାଳକଙ୍କୁ ଦେବାକୁ ପଡ଼ିବ । ଠିକ୍ ସେହିପରି ରାଜ୍ୟ ସରକାର ଦୁର୍ଘଟଣା ରେ ଚଳକଙ୍କ ମୂର୍ତ୍ତ୍ୟୁ ହେଲେ ବିମା ରାଶି ବାବଦରେ ଅର୍ଥ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ତାକୁ କାର୍ଯ୍ୟକାରୀ କରାଯାଉନାହିଁ । ହିଟ ଆଣ୍ଡ ରନ ନୂଆ ଆଇନ୍ କୁ ବିରୋଧ କରି ସମଗ୍ର ଦେଶରେ ଗୁରୁବାର ଦିନ ଠାରୁ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷର ଡାକରା କ୍ରମେ ଶୁକ୍ରବାର ଓଡ଼ଗାଁ ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱର ଭଞ୍ଜନଗର ୨୧ନମ୍ୱର୍ ରାଜ୍ୟ ରାଜପଥ କୁ ଓଡ଼ଗାଁ କଲେଜ ରୋଡ ରାସ୍ତା ପାର୍ଶ୍ବରେ ସଂଘର ସଦସ୍ୟ ମାନେ ଏକାଠି ହୋଇ ୧୦ଘଟିକା ରୁ ସନ୍ଧ୍ୟା୬ ଘଟିକା ପର୍ଯ୍ୟନ୍ତ ଗାଡି ଚାଳନା କରୁଥିବା ଡ଼୍ରାଇଭର ମାନଙ୍କୁ ସଚେତନ କରାଇବା ସହ ଶନିବାର ଠାରୁ ଷ୍ଟିରିଂ ଛାଡ଼ ଆନ୍ଦୋଳନରେ ସାମିଲ୍ ହେବା ପାଇଁ ନିବେଦନ କରିଥିଲେ ।

nis-ad
Leave A Reply

Your email address will not be published.