ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରାଞ୍ଚି ସେଲ୍ ଚାମ୍ପିଅନ

ଦେବଗଡ଼ ୨୯|୧୨: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୩ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଫାଇନାଲ ମ୍ୟାଚ୍ ଜିମଖାନା ରାଉରକେଲା ବନାମ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ ଜିମଖାନା ରାଉରକେଲା କୁ ୩ ଉଇକେଟ ରେ ପରାସ୍ତ କରି ରାଞ୍ଚି ସେଲ୍ ଚାମ୍ପିଅନ ହୋଇଛି । ରାଉରକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୬ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବରାଜ ମଲ୍ଲିକ ୩୪ , ଆଶିଷ ପରିଜା ଅପରାଜିତ ୩୩ , ସତିଶ କଂଶାରି ୩୨ ଓ ବଣ୍ଟି ନାଏକ ୨୬ ରନ୍ ସଂଗ୍ରହ କରିଥିବା ବେଳେ ରାଞ୍ଚି ଦଳର ବିକାଶ ୟାଦବ ଓ ଶ୍ୟାମ ଶର୍ମା ୨ଟି ୱିକେଟ ନେଇଥିଲେ। ଏହାର ଜବାବ ରେ ରାଞ୍ଚି ଦଳ ବ୍ୟାଟିଂ କରି ୧୭.୫ ଓଭର୍ ରେ ୭ଟି ୱିକେଟ୍ ହରାଇ ୧୫୪ ରନ୍ କରି ଚାମ୍ପିଅନ ହୋଇଥିଲା। ଦଳ ପକ୍ଷରୁ ଇସୁ ଆର୍ୟନ ୬୪ ଓ କରନ୍ କୁମାର୍ ୨୬ ରନ୍ ସଂଗ୍ରହ କରିଥିଲା ବେଳେ ରାଉରକେଲା ଦଳ ର ଅଙ୍କିତ ମହାନ୍ତି ୨ ଟି ୱିକେଟ୍ ନେଇଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ, ମେରିଅ ଫ୍ରାଂଶିସ , ସଂକୀର୍ତ୍ତନ ସାହୁ ଧାରାବିବରଣି ପ୍ରଦାନ କରିଥିଲେ ।।ଆଜିର ମ୍ୟାଚ୍ ରେ ଭଲ ଖେଳ ପଦର୍ଶନ ପାଇଁ ରାଞ୍ଚି ଦଳ ର ଇଶୁ ଆର୍ୟନ୍ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ , ଟୁର୍ଣ୍ଣାମେଂଟରେ ଶ୍ୟାମ ଶର୍ମା ଙ୍କୁ ଶ୍ରେଷ୍ଠ ଖେଳାଳି , ଶ୍ୟାମ ଶର୍ମା ଙ୍କୁ ବେଷ୍ଟ୍ ବୋଲୋର୍ , ଈଶୁ ଆର୍ୟନ ଙ୍କୁ ଵେଷ୍ଟ୍ ବ୍ୟାଟସମ୍ୟାନ୍ ଓ ସୁରଜ୍ ସୌର୍ୟା ଙ୍କୁ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା । କ୍ଲବ୍ ର ସଭାପତି ସୁବାସ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର୍ ଉପଧାୟ , ଡି.ଏଫ୍.ଓ ମଗର ଧାନଜି ରାଓସୋ, ଓ.ସି. ଏ. ସହ ସଂପାଦକ ପ୍ରଭାତ କୁମାର୍ ଭଳ, ଓଡ଼ିଶା ଓଲମ୍ପିକ ସଂଘ ର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଓଡ଼ିଶା ର ପୂର୍ବତନ ଖେଳାଳି ରାକେଶ ମହାନ୍ତି ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ସଂପାଦକ ଇ. ସୁଜିତ କୁମାର ପ୍ରଧାନ ସ୍ବାଗତ ଭାଷଣ ଓ ସତ୍ୟ ନାରାୟଣ ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.