ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା : ମା ସୋନାଲି ଟ୍ରଲର ସହ ୨ ସିଲିଣ୍ଡର ଜଵତ ୭ଗିରଫ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାତଭାୟା ସମୁଦ୍ର କୂଳ ଠାରୁ ପ୍ରାୟ ୭କିମି ଦୂରରେ ମାଛମାରୁଥିବା ଟ୍ରଲରକୁ ଜଵତ କରିବା ସହ ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ସୂଚନାରୁ ଜଣାପଡିଛି। ଏହି ରେଞ୍ଜ ଅଧୀନ ଏକକୂଳା ଫରେଷ୍ଟର ଶ୍ରୀ ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ରିପୋର୍ଟ ପ୍ରକାରେ ଫରେଷ୍ଟର ଶ୍ରୀ ପୃଷ୍ଟି ଏବଂ ଫରେଷ୍ଟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ସଵୁଦିନ ପରି ଆଜି ସକାଳୁ ପେଟ୍ରୋଲିଂ କରୁଥିଲେ। ନିଷିଧାଞ୍ଚଳକୁ ବାରଣ ଥିଲେ ମଧ୍ୟ ମା ସୋନାଲି -1 ନାମକ ଟ୍ରଲର ବେଆଇନ ଭାବେ ମାଛମାରୁଥିବା ଦେଖି ବନଵିଭାଗ କାବୁ କରି କୁଳକୁ ଆଣିଥିଲେ। ସେଠାରେ ଟ୍ରଲର ଜଵତ କରିବା ସହ ୨ଟି ସିଲିଣ୍ଡର, ଭିଏଚ୍ଏଫ୍ ୧,ଜିପିଏସ୍ ୧,କାଣିଜାଲ ୧ପ୍ରାୟ ୨୫୦୦ମିଟର ଓଟନନେଟ୍ ୨୦୦୦ମିଟର, ୫କେଜି ମାଛ ଜଵତକରି ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ପ୍ରକାଶ କରିଛନ୍ତି। ଗିରଫ ଵ୍ୟକ୍ତି ହେଲେ ଉଦୟ କୁମାର, ନକୁଳ ଦାସ,ବାବୁ ସିଲ, ତପନ ଗନ୍ତିଦାର, ରାଜିବ ଦାସ, ଦିନେଶ ଦାସ, ପ୍ରଵୀଣ ଦାସ ଏମାନେ ଜଣଙ୍କୁ ମେଦିନିପୁରୁ ଜିଲ୍ଲା ଵାଦ୍ ଦେଇ ବଳକା ୬ଜଣ କେନ୍ଦ୍ରାପଡା ଜିଲ୍ଲା ଵୋଲି ଜଣାପଡିଛି। ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏତେ କଟକଣା ପରେ ଵନ ବିଭାଗକୁ ଚାଲେଞ୍ଜ ଦେଇ ମାଛ ମାଫିଆ ମାଛ ମାରୁଛନ୍ତି ଵନ ବିଭାଗର ଗଳାବାଟ ଯୋଗୁ ସେମାନେ ସହଜରେ ମୁକୁଳୀ ଯାଉଥିବାରୂ, ବନ ବିଭାଗ କର୍ମଚାରୀ ଜାଣି ମଧ୍ୟ ପୁନର୍ବାର ସେହିମାନେ ମାଛମାରିବାକୁ ଯାଉଛନ୍ତି। ଏତେଵଡ ଟ୍ରଲର ଧରାପଡିଵା ପରେ କେଵଳ ୫ କେଜି ମାଛ ଜଵତ ହେଵା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.