ଚକ୍ରଧରଙ୍କ ଝୁଲନ୍ତା ଶଵ ପାର୍କ ନିକଟସ୍ଥ ଗଛରୁ ଉଦ୍ଧାର…

ରାଜନଗର : ପରିବାର କହିଲେ ବୁଢା ଵାପା ମା, ସ୍ଵାମୀ ସ୍ତ୍ରୀ ଏଵଂ ୫ଟି ଝିଅ, ଝିଅଙ୍କ ମଧ୍ୟରୁ ଜଣେ ସ୍ବଳ୍ପ ବେତନରେ ଚାକିରୀ କରିଛି ଵାହାରେ, ବାକି ସଵୁ ଠିକ୍ ଠାକ୍ ଥିଲା କୁକୁଡା ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲା, ହେଲେ କଣ ହେଲା କେଜାଣି କାଲି ରାତି ପ୍ରାୟ ଦୁଇଘଣ୍ଟା ସମୟରେ ଗଛରେ ରସିଲଗାଇ ଆତ୍ମହତ୍ୟା କରି ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାନବଡ ଗୋପାଳପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପାଚେରୀ ପାଖ ମୁଖ୍ୟ ରାସ୍ତା କଡରେ। ଜଗନ୍ନାଥପୁରୁ ଗ୍ରାମର ପୁରୁଷୋତ୍ତମ ଖଟୁଆଙ୍କ ପୁଅ ଚକ୍ରଧର ଖଟୁଆ ଦୀର୍ଘଦିନ ହେଵ ପ୍ରଦ୍ୟୁମ୍ନ ସାହୁଙ୍କ କୁକୁଡା ବୁହା ଗାଡି ଚଲାଇ ପରିବାର ପୋଷୁଥିଲା । ଶୁଣିବାକୁ ମିଳୁଛି ଚକ୍ରଧର କାଲି ରାତି ପ୍ରାୟ ଗୋଟାଏ ପରେ ତାର ମାଲିକ ପ୍ରଦ୍ୟୁମ୍ନକୁ ଫୋନ କରି କହିଥିଲା ଗାଡି ତୁମର ପାର୍କ ପାଖରେ ରହିଛି ନେଇଯିବ। ହେଲେ ପ୍ରଦ୍ୟୁମ୍ନର ଦେଖା ନଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ କେହି ବାଟୋଇ ଯାଉଥିବା ଵେଳେ ନିକଟରେ ବୋଲର ଗାଡି ଥାଇ ପାଖରେ ଥିବା ଗଛରେ ରସିଲଗାଇ ଜଣେ ମୃତ ଅବସ୍ଥାରେ ଝୁଲୁଥିବା ମଣିଷକୁ ଦେଖି ପାଖ ଲୋକମାନଙ୍କୁ ଜଣାଇଥିଲା। ଖବର ପାଇ ଅଞ୍ଚଳର ଲୋକମାନେ ରୁଣ୍ଡ ହୋଇ ଦେଖିଲେ ସେ ଆଉ କେହି ନୁହେଁ ସରଳ ନିର୍ମାୟା 50ବର୍ଷର ଚକ୍ରଧରଖଟୁଆଙ୍କ ଆତ୍ମହତ୍ୟା ଶରୀର , ସେଠାରେ ଶୋକରଛାୟା ଖେଳିଯାଇଥିଲା , ଖଵର ପାଇ ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ସମଵେଦନା ଜଣାଇବା ସହ ପୋଲିସ୍ କୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶଵ ଜଵତ ସହ ଅପମୃତ ମାମଲା ରୁଜୁ କରି ଶବଵ୍ୟଵଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

୫ଟି ଝିଅର ବାପା ଗଛରେ ରସିଲଗାଇ ଆତ୍ମ ହତ୍ୟା କରିଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାନବଡ ଗୋପାଳପୁରୁ ପଞ୍ଚାୟତ ଜଗନ୍ନାଥପୁରୁ ଗ୍ରାମର ପୁରୁଷୋତ୍ତମ ଖଟୁଆଙ୍କ ପୁଅ ଚକ୍ରଧର ଖଟୁଆ ,ଦୀର୍ଘଦିନ ହେଵ ପ୍ରଦ୍ୟୁମ୍ନ ସାହୁଙ୍କ କୁକୁଡା ବୁହା ଗାଡି ଚଲାଇ ପରିବାର ପୋଷଣ କରୁଥିଲା। ଗତକାଲି ରାତି ପ୍ରାୟ ଦୁଇଟା ପୂର୍ଵରୁ ମାଲିକ ପ୍ରଦ୍ୟୁମ୍ନକୁ ଫୋନ କରି ଗାଡି ତୁମର ରହିଛି ନେଇଯିବ ଏବଂ କାହାପାଖରୁ ଟଙ୍କା ପାଇବାର ଅଛି ଆଣି ଘରେ ଦେବାକୁ ଏହା ଥିଲା ଚକ୍ରଧରଙ୍କ ଶେଷ ଫୋନ। ଆଜି ଭୋର୍ ୪ଟା ସମୟରେ ତନ୍ତିଆପାଳ ଯାଉଥିବା ମାଛ ବେପାରୀଙ୍କ ଆଖିରେ ପଡିଥିଲା ଚକ୍ରଧର ଗୋପାଳପୁରୁ ପାର୍କ ପାଚେରୀ କଡ ମୁଖ୍ୟ ରାସ୍ତାକୁ ଲାଗି ଚକ୍ରଧର ଚଲାଉଥିବା ଗଛ ନିକଟରେ ଛିଡା କରି ସେହି ଗଛରେ ରସି ଲଗାଇ ଆତ୍ମହତ୍ୟା କରି ଝୁଲୁଥିବା ମାଛବେପାରୀ ଵାଟୋଇ ଲୋକମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ଓ ସ୍ଥାନୀୟ ଲୋକମାନେ ପହ୍ଁଚି ସେଠାରେ ଏପରି ଶାନ୍ତଶିଷ୍ଠ ସରଳ ଲୋକର ମୃତ ଦେହ ଦେଖି ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଈଥିଲା। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରାଉତ ପରିବାରଙ୍କୁ ସମଵେଦନା ଜଣାଇ ଥାନାରେ ଅବଗତ କରିଥିଲେ।

nis-ad
Leave A Reply

Your email address will not be published.