ରାଜ୍ୟସଭାରେ ଆପର ନେତା ହୋଇପାରିବେ ନାହିଁ ରାଘବ

raghav-1-750x430

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ରାଘବ ଚଢାଙ୍କୁ ନିଯୁକ୍ତ କରିବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଅନୁରୋଧକୁ ଖାରଜ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଏହି ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି। ଧନଖଡ଼ ଚିଠିରେ କହିଛନ୍ତି ଯେ ସଂସଦରେ ସ୍ୱୀକୃତିପ୍ରାପ୍ତ ପାର୍ଟି ଏବଂ ମୁଖ୍ୟ ସଚେତକ (ସୁବିଧା) ଅଧିନିୟମ ୧୯୯୮ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯାଏ | ଅନୁରୋଧ ଆଇନଗତ ପ୍ରକ୍ରିୟା ଅନୁଯାୟୀ ନୁହେଁ |

ସେଥିପାଇଁ ଏହାକୁ ଗ୍ରହଣ କରାଯାଉ ନାହିଁ। ଯେହେତୁ ଆପ ନେତା ସଞ୍ଜୟ ସିଂ ନ୍ୟାୟିକ ହେପାଜତରେ ଅଛନ୍ତି ତେଣୁ ରାଘବଙ୍କୁ ଏହି ଦାୟିତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା | ଉଲ୍ଲେଖ ଥାଉ କି କିଛିଦିନ ତଳେ ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଗିଦ କରିଥିଲେ । ବାସ୍ତବରେ ଆପ୍‌ ସାଂସଦ ରାଘବ ଚଢ଼ା ଠିଆ ହୋଇ ପଏଣ୍ଟ ଅଫ୍‌ ଅର୍ଡର ଉଠାଇଥିଲେ। ହାତରେ ଇଙ୍ଗିତ କରି ସେ ଏହା କରିଥିଲେ। ତେବେ ଚଢ଼ାଙ୍କ ଏଭଳି ଇଙ୍ଗିତକୁ ଧନଖଡ଼ ପ୍ରତିବାଦ କରିଥିଲେ। ସେ କହିଥିଲେ ମିଃ ଚଢ଼ା, ଏପରି କରନାହିଁ। ଯଦି କିଛି କହିବାକୁ ଚାହୁଛ ତା’ହେଲେ ପାଟି ବ୍ୟବହାର କର। ହାତରେ କିଛି ଇଙ୍ଗିତ କରନାହିଁ। ଏବେ ତୁମକୁ ଅନେକ କିଛି ଶିଖିବାର ଅଛି। ଏହା ଜଣାପଡ଼ୁଛି ଯେ ତୁମେ ଶୀଘ୍ର ନାଚିବ। ଆସନରେ ଶାନ୍ତ ଭାବେ ବସ। ପୂର୍ବରୁ ଗୃହ ଦ୍ବାରା ତୁମେ ଦଣ୍ଡିତ ହୋଇ ସାରିଛ ବୋଲି ଧନଖଡ଼ କହିଥିଲେ।

nis-ad
Leave A Reply

Your email address will not be published.