ଅଧ୍ୟକ୍ଷାଙ୍କ ଗାଁରେ ଵିଧାୟକଙ୍କ ଗାଡି ଉପରକୁ ଢେଲାମାଡ, କଂଗ୍ରେସର ଥାନା ଘେରାଉରେ ଛଡାଗଲା ନିରୀହ ଯୁବକ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଦାୟଦ ମାନଙ୍କ ପେଣ୍ଠ ସ୍ଥଳୀ ତଥା ଭାତ ହାଣ୍ଡି କହିଲେ କିଛି ଅତ୍ବ୍ୟକ୍ତି ହେଵ ନାହି। ତାଙ୍କ ସମୟର ଵିକାଶ ଅଞ୍ଚଳ ପାଇଁ ଭୂ ସ୍ଵର୍ଗ ପାଲଟିଥିଲା, ବିଜୁବାବୁଙ୍କର ପଟଶିଷ୍ୟ କହୁଥିବି ସ୍ବର୍ଗତ ନଳିନୀ କାନ୍ତ ମହାନ୍ତିଙ୍କ ସମୟରେ ସ୍ବଳ୍ପ ଅର୍ଥରେ ଵିକାଶର ରାଜନଗର ଅଞ୍ଚଳର ମାନଚିତ୍ର ଵଦଳି ଯାଇଥିଲା। ଏବେ ବିଜୁଵାବୁଙ୍କର ସୁପୁତ୍ର ଓଡିଶାର ଜନପ୍ରିୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରେ ରାଜନଗର ଅଞ୍ଚଳକୁ ପିତାଙ୍କ ଅଭିଳାଷ ପୂରଣ କରିବାକୁ ଵିକାଶର ପ୍ରଗତି ପାଇଁ ଶହଶହ କୋଟି ଟଙ୍କା ଯୋଗାଇ ଦେଉଛନ୍ତି। କିନ୍ତୁ ତାହା ସିଂହ ଭାଗ ଚାଲି ଯାଉଥିବାରୁ କୌଣସି ଥିରେ ଵିକାଶ ବଦଳରେ ଵିନାଶ ଘଟିଚାଲୁଥବା ମୁଖ୍ୟ ମନ୍ତ୍ରୀ ଏନେଇ ଅଜ୍ଞ ରହିଛନ୍ତି। ଯାହାଫଳରେ ଅଞ୍ଚଳରେ ଅଶାନ୍ତିର ଵହ୍ନି ଜଳୁଥିବା ବେଳେ ବିଜେଡିରେ ଅସନ୍ତୋଷ ଦେଖାଦେଇ ଵିଧାୟକଙ୍କ ପ୍ରତି ମୁହଁ ମୋଡିବା କର୍ମୀମାନଙ୍କ ମଧ୍ୟରେ ଦେଖା ଦେଲାଣି। ଯଦିଚ ଵିଧାୟକ ପାୱାରରେ ଥିବାରୁ କେତେ କର୍ମୀ ମୁଣ୍ଡମାଡି ବସିଛନ୍ତି, ତଥାପି ଦଳୀୟ କର୍ମୀଙ୍କ ଅଶାନ୍ତର କୋହ ବିଧାୟକଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଅଘଟଣ ମାନ ଘଟାଇ ଚାଲୁଛନ୍ତି, ସୂଚନା ମୁତାବକ ବ୍ଲକର ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁଙ୍କ ନିଜ ପଞ୍ଚାୟତ ଓସ୍ତିଆ ଅନ୍ତର୍ଗତ ବାଲିକଣା ଗ୍ରାମ ଯାହାକି ବିଜେଡି ଦଳ ସମର୍ଥନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ରଙ୍କ ଘର, ସେଠାରେ ଗତକାଲି ଵିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଯଜ୍ଞ ପରିଦର୍ଶନରେ ଯାଇ ଫେରୁଥିବା ସମୟରେ ବାଲିକଣା ଛକ ନିକଟରେ ନିଜ ଦଳର ଅସନ୍ତୋଷ କର୍ମୀ ମାନେ ଵିଧାୟକ ଶ୍ରୀଯୁକ୍ତ ସାହୁଙ୍କ ଗାଡି ଉପରକୁ ଢେଲାମାଡକରିଥିବା ବ୍ଲକ କଂଗ୍ରେସ ଅଭିଯୋଗ କରିଛି । ଭଗବାନଙ୍କ ଆଶୀର୍ବାଦରୁ ଅଳ୍ପକେ ବିଧାୟକ ବର୍ତ୍ତୀଯାଇଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି। ହେଲେ ନିଜର ସ୍ଥିତି ହ୍ରାସହେଵା ନେଇ ଆକ୍ରୋଷ ମନୋଭାବ ରଖି ଵିଧାୟକ ମୌଖିକ ଭାବେ ପୋଲିସକୁ ଫୋନ କରି ନିରୀହ କଂଗ୍ରେସ କର୍ମୀ ଶୈଳେନ୍ଦ୍ର ଦାସ ପିତା ନୀଳମଣି ଦାସ ଗ୍ରାମ ବାଲିକଣାଙ୍କ ନାମରେ ମିଥ୍ୟା ଅଭିଯୋଗ କରିବା ଦ୍ୱାରା ପୋଲିସ୍ ସମ୍ପୃକ୍ତ ଯୁବକକୁ ଥାନାରେ କାଲିଠାରୁ ଅଟକ ରଖିଥିଲା। ଵିନାଦୋଷରେ ଶୈଳେନ୍ଦ୍ରକୁ ଥାନାରେ ଅଟକ ରଖିଥିବା ଖବର ପାଇ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଥାନା ଘେରାଉ କରି ଅଟକ ଥିବା ନିର୍ଦୋଷ ଶୈଳେନ୍ଦ୍ରକୁ ଛାଡିବାକୁ ଯିଦ୍ କରିଥିଲେ। ଶେଷରେ କଂଗ୍ରେସ ଯିଦିରେ ବିନାଲିଖିତ ଅଭିଯୋଗରେ ପୋଲିସ ଅଟକ ରଖିଥିବା ଶୈଳେନ୍ଦ୍ରକୁ ଛାଡି ଦେବାକୁ ବାଧ୍ୟ ହୋଇଥିଲା। ପରେ କଂଗ୍ରେସ କର୍ମୀମାନେ ଧାରଣାରୁ ନିଵୃତ ହୋଇଥିଲେ। ଶୁଣିବାକୁ ମିଳୁଛି ଆଜି ଵିଳମ୍ଵରେ ଥାନା ଏଵଂ ଏସ୍ ପିଙ୍କ ଠାରେ ବିଧାୟକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଥିବା ଶୁଣିବାକୁ ମିଳୁଛି।ହେଲେ ଥାନା ଘେରାଉରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ବଳ, କେଦାର ସାହୁ, ପାରେଶ୍ଵର ନାୟକ, ଅଲେଖ ବେହେରା, ସହଦେଵ ସାହୁ, ମାଗୁଣି ଲେଙ୍କା, ରଞ୍ଜନ ରାଉତ, ଗୌତମ ରାଉତ, ଵାଦଲ ବଳ, ଅନିରୁଦ୍ଧ ମ଼଼ଇ, ରଵିନ୍ଦ୍ର ରାଉତ, ରଵିନ୍ଦ୍ର ଵେହେରା, ଗୋପବନ୍ଧୁ ରାଉଳ, ଅମର ସୁତାର, ସମୀର ସେଠୀ, ଵାପିନ ମଲିକ, ଡାଙ୍ଗୁଆ ମଳିକ, ସରୋଜ ଦାସ, ରମାକାନ୍ତ ଜେନା, ସତ୍ୟବ୍ରତ ପାଣି, ବଦ୍ରିନାରାୟଣ ରାଉତ, ଅଲେଖ ଦାସ, ଟୁକୁନା ଭାଇ, ସମେତ ଵହୁ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ ।ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଜେନା କହିଛନ୍ତି ଵିଧାୟକ ନିଜ କର୍ମୀଙ୍କୁ ନଜର ନରଖି ଔଷଧ ବିନା ତାଟିଆ କାମୁଡିବା ଆଳରେ କଂଗ୍ରେସକ କର୍ମୀଙ୍କ ଉପରେ ଦୋଷ ଲଗାଇବା ଏହା ଏକ ହୀନରାଜନୀତି ବୋଲି ମତଦେଇଛନ୍ତି।

nis-ad
Leave A Reply

Your email address will not be published.