ନାଳ ପାଣିରୁ ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଁଡିହି ଫରେଷ୍ଟ ସେକ୍ସନରେ ବୁଧବାର ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଛି । ରେଙ୍ଗାଲି ଡ୍ୟାମ ନିକଟସ୍ଥ କଂଠିମାଳ ଗ୍ରାମ ନିକଟସ୍ଥ ନାଳ ପାଣିରେ ହାତୀ ଶାବକ ମୃତ ଦେହ ଦେଖିବାକୁ ମିଳିଥିଲା ୩୪ ଟିକିଆ ହାତୀପଲରେ ଥିଲା ମୃତ ହାତୀ ଶାବକ । ହାତୀ ଘଉଡେଇବା ପେଟ୍ରଲିଂ ସମୟରେ ଜାଣିପାରି ରିଆମାଳ ରେଂଜର ନିରଞ୍ଜନ ଧରୁଆ, ଫରେଷ୍ଟର ଛବିଳ କୁମାର ବେହେରାଙ୍କ ସହ ସଦଳବଳେ ପହଂଚି ପାଣିରୁ ମୃତ ଦେହକୁ ବାହାରକୁ ଆଣିଥିଲେ । ରିଆମାଳ ଭିଏସ ରମାକାନ୍ତ ଶତପଥି ପହଂଚି ମୃତ ଦେହକୁ ଶବ ବ୍ୟବଛେଦ କରିଥିଲେ । ବ୍ୟବଛେଦ ସେମ୍ପୁଲ ପରିକ୍ଷା ପାଇଁ ପଠାଇଥିବା ଜଣାପଡିଛି । ବ୍ୟବଛେଦ ପରେ ମୃତ ହାତୀ ଶାବକକୁ ମାଟିତଳେ ପୋତି ଦେଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.