ଜଗନ୍ମାଥ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସ -୨୦୨୩…

ଦେବଗଡ଼, ୨୪|୧୨ : ସ୍ଥାନୀୟ ସେଣ୍ଟର ଫର୍ କଲଚର୍ ପ୍ରକୋଷ୍ଠରେ ଜଗନ୍ନାଥ ସାହିତ୍ଯ ସଂସଦ,ଦେବଗଡ଼ର ୩୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ସଂସଦର ସଭାପତି ଡକ୍ଟର ଭାରତ ଭୂଷଣ ନନ୍ଦଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ବିଶିଷ୍ଟ ଅତିଥି ଭାବରେ ପ୍ରଫେସର୍ ସଦାଶିବ ପ୍ରଧାନ ,ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ଶ୍ରୀଯୁକ୍ତ ହୃଦାନନ୍ଦ ଶର୍ମା, ମୁଖ୍ୟବକ୍ତା ଡକ୍ଟର ମନୋଜ ପ୍ରଧାନ, ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ ମଞ୍ଚାସିନ ଥିଲେ | ସଂପାଦକ ଅଧ୍ୟାପକ ଚିତ୍ତରଂଜନ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶ୍ରୀଯୁକ୍ତ ନିରଂଜନ ଦ୍ବିବେଦୀ ମନ୍ତ୍ରପାଠ ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ | ମିସ୍ ଅରୁନ୍ଧତୀ ଦାଶ ,ଓଜ୍ବେସିନୀ ସୁଣ୍ଢେଲ, ସିଦ୍ଧିପ୍ରଜ୍ଞା ବେହେରା,ଆଦ୍ୟାଶା ପ୍ରଧାନ ନୃତ୍ଯ ପରିବେଷଣ କରିଥିଲେ | ବାର୍ଷିକ ବିବରଣୀ ପାଠ କରିଥିଲେ ଶ୍ରୀମତୀ ସୁମିତ୍ରା ପୁରୋହିତ | ପ୍ରତିବର୍ଷ ଭଳି ସଂସଦର ମୁଖପତ୍ର “ପଦରେଣୁ,୨୦୨୩” ଉନ୍ମୋଚିତ ହୋଇଯାଇଛି | ଚଳିତ ବର୍ଷ ବାମଣ୍ଡାଶ୍ରୀ-୨୦୨୩ ଡକ୍ଟର ପଦ୍ମନାଭ ସାହୁ, ସାରସ୍ବତ ସମ୍ମାନ ‐୨୦୨୩ ଡକ୍ଟର ମନୋଜ ପ୍ରଧାନ, ହୃଦାନନ୍ଦ ଶର୍ମା, ଶ୍ରୀଯୁକ୍ତ ଗୋଲବଦନ ବିଶ୍ବାଳ, ନାଟ୍ଯକଳା ସମ୍ମାନ‐୨୦୨୩ ପାଲାଗାୟିକା ଶ୍ରୀମତୀ ସରସ୍ବତୀ କିସାନ,ଯୁବ ପ୍ରତିଭା ସମ୍ମାନ‐୨୦୨୩ ମଧୁସ୍ମିତା ,କ୍ରୀଡ଼ା ସମ୍ମାନ‐୨୦୨୩ ରଞ୍ଜିତା ମିଞ୍ଜ, ବାମଣ୍ଡା ସ୍ବଚ୍ଛ ପରିବେଶ ସମ୍ମାନ‐୨୦୨୩ ଯୁଆଁଳିଭଙ୍ଗା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟାନନ୍ଦ ବେହେରା , ବାମଣ୍ଡା ସ୍ବାସ୍ଥ୍ୟସେବା ସମ୍ମାନ‐୨୦୨୩ ଶ୍ରୀମତୀ ରାଜଲକ୍ଷ୍ମୀ କୌର , ବାମଣ୍ଡା ସମାଜସେବା ସମ୍ମାନ‐୨୦୨୩ ଫ୍ରେଣ୍ଡସ୍ କ୍ଲବ, ବୁଢାପାଳ ହିମାଂଶୁ ଶେଖର ବିଶ୍ବାଳ,ଦେବଦତ୍ତ ସ୍ମୃତି ପୁରସ୍କାର‐୨୦୨୩ ଶ୍ରୀମାନ ଦେବାଶିଷ ନାଏକ ,ଆଶୁତୋଷ ସାହୁ, ଆଇନଜୀବୀ ସେବା ସମ୍ମାନ‐୨୦୨୩ ମାଧବ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା |
ଦ୍ବିତୀୟ ଅଧିବେଶନରେ ସ୍ବରଚିତ କବିତାପାଠ କରାଯାଇଥିଲା | ଏଥିରେ ସଭାପତିତ୍ବ କରିଥିଲେ ନିରଞ୍ଜନ ଦ୍ବିବେଦୀ, ମୁଖ୍ୟଅତିଥି ଶ୍ରୀଯୁକ୍ତ ମୁରଲିଧର ନାଏକ,ସମ୍ମାନିତ ଅତିଥି ଗୋଲବଦନ ବିଶ୍ବାଳ, ଫକୀର ମୋହନ ଦେହୁରୀ ମଞ୍ଚାସିନ ଥିଲେ | କବିତା ସଂଯୋଜନା କରିଥିଲେ ଶ୍ରୀମତୀ ପଦ୍ମିନୀ ଦାଶମହାପାତ୍ର ଓ ପଦ୍ମିନୀ ସାହୁ , ନିରଞ୍ଜନ ଦ୍ବିବେଦୀଙ୍କ “ସ୍ବଭାବ କବି ଗଙ୍ଗାଧରଙ୍କ କୀଚକ ବଧ ‐କାବ୍ୟ ଏକ ଅନ୍ବେଷଣ” — ଏଥିରେ ଚିତ୍ତରଞ୍ଜନ ନାଏକ,କୁନ୍ତୀ ସାହୁ, ହିମାଂଶୁ ଶେଖର ବିଶ୍ବାଳ , ଡିଲେଶ୍ବର ପ୍ରଧାନ,ଧିରେନ୍ଦ୍ର କୁମାର ନାଏକ,ମିଥୁନ ନାଏକ ସହଯୋଗ କରିଥିଲେ | ବହୁସଂଖ୍ୟାରେ କବି କବୟିତ୍ରୀ, ଶ୍ରୋତା ଓ ଦର୍ଶକ ଯୋଗଦାନ କରିଥିଲେ |

nis-ad
Leave A Reply

Your email address will not be published.