ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ

IMG-20231224-WA0001-750x430

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ କରାଯାଇଛି ।

ଏହି ଉତ୍ସବରେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ପୂର୍ବତନ ସଭାପତି ଜଷ୍ଟିସ ଡି. ପି. ଚୌଧୁରୀ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ରାଜ୍ୟରେ ସବୁ ଗ୍ରାହକଙ୍କ ଅଭିଯୋଗ ସମାଧାନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଥିଲେ। ଉପଭୋକ୍ତା ସବୁ ସୁବିଧାର ଲାଭ ଉଠେଇବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ ।

ଖାଉଟି ପରାମର୍ଶଦାତା ବେଜୋନ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଦିବସର ଅନୁଚିନ୍ତା ‘ଇ- ବାଣିଜ୍ୟ ଓ ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସୁରକ୍ଷା’ ବାବଦରେ ସବିଶେଷ ଆଲୋକପାତ କରିଥିଲେ। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଗ୍ରାହକ ସଚେତନତା ନିମନ୍ତେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।

ବିଭାଗରେ ଇଂଟର୍ଣ୍ଣସିପ ଭାବେ କାର୍ଯ୍ୟ କରିଥିବା ଇଂଟର୍ଣ୍ଣମାନଙ୍କୁ ପାଞ୍ଚ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଶେଷରେ ବିଭାଗ ଦ୍ଵାରା ଆୟୋଜିତ ଖାଉଟି ସଚେତନତା ଉପଯୋଗୀ ଏକ ନାଟକ ‘ଜାଣିଲେ ଜିଣିବା’ ପରିବେଷିତ ହୋଇଥିଲା।

nis-ad
Leave A Reply

Your email address will not be published.