ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି…

IMG-20231224-WA0004-750x430

ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ ଦେବାକୁ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯଦି ଏପରି କରା ନ ଯାଏ ତେବେ ପ୍ରତି ମଣ୍ଡିସ୍ତରରେ କିଷାନ କଂଗ୍ରେସ ତରଫରୁ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜି ପର୍ଯ୍ୟନ୍ତ ସ୍ଵାମୀନାଥନ କମିଟି ସୁପାରିସ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହଁ। ଏମ.ଏସ.ପି.ର ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଫଳରେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେଉଥିବା କହିଛି କିଷାନ କଂଗ୍ରେସ । ମଣ୍ଡିରେ ବହୁ ଅବ୍ୟବସ୍ଥା ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।ଧାନ ଅମଳର ଠିକ୍ ସମୟରେ ମଣ୍ଡି ଖୋଲାଯାଉ ନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୫ ପ୍ରତିଶତରୁ ଅଧ‌ିକ ଧାନ ଚାଷୀ ଅଣ୍ଡର ରେଟ୍‌ରେ ବିକିବା ପରେ ମଣ୍ଡି ଖୋଲା ଯାଉଛି । ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ବହୁଳ ଭାବରେ ପ୍ରଭାବିତ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଚାଷୀର ସବୁ ବଳକା ଧାନ ନିର୍ଦ୍ଧାରିତ ଏମ.ଏସ.ପିରେ କିଣିବାକୁ ବାଧ୍ୟ । କିନ୍ତୁ ସରକାର ଏହା କରୁନାହାନ୍ତି। ଚାଷୀଙ୍କୁ ପ୍ରତି କିଂଟାଲରେ ୫୧୭ ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କିଣାରେ ପ୍ରତି କିଂଟାଲ ପିଛା ଚାଷୀଙ୍କୁ ଅତ୍ୟନ୍ତ ପକ୍ଷେ ୬ଶହ ଟଙ୍କା ବୋନସ୍ ଦେବା ଆବଶ୍ୟକ ବୋଲି କହିଛି କିଷାନ କଂଗ୍ରେସ।

ଏହି ସମସ୍ୟାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ଏକ ପ୍ରତିନିଧି ଦଳ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତକରି ଥିଲା। ମଣ୍ଡିରେ ଚାଷୀ ଓ ପ୍ରଶାସନ ସହିତ ଆଲୋଚନା ମଧ୍ୟ କରି ଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଟିମ୍ ଗସ୍ତ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ ମହାନ୍ତି, କିଷାନ କଂଗ୍ରେସର ଅରୁଣ ଜେନା, ଦାଶରଥ ସାହୁ, ନୂତନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.