ଚଡକମରା ଗ୍ରାମରେ ହାତୀ ଉପଦ୍ରବ:ଭାଙ୍ଗିଗଲା ୩ ଟି ଘର ,୪ଟି ଗାଇ ଓ ୨ଟି ଛେଳି ମୃତ


ଦେବଗଡ,୧୯ା୧୨:ସୋମବାର ବିଳମ୍ବିତ ରାତ୍ରୀରେ ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଂଚାୟତ ତଥା ଦେବଗଡ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଡକମରା ଗ୍ରାମରେ ୩୪ ଟିକିଆ ହାତୀ ଦଳର ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ୩ ଜଣଙ୍କର ଘର ଭାଙ୍ଗି ଯାଇଛି । ସେହିପରି ହାତୀ ଆକ୍ରମଣରେ ୨ ଜଣ ଚାଷୀଙ୍କର ୪ଟି ଗୋରୁ ଓ ୨ ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ଜଙ୍ଗଲ ମଧ୍ୟରୁ ୩୪ ଟିକିଆ ହାତୀ ଦଳ ଚଡକମରା ଗ୍ରାମ ଭିତରକୁ ପଶି ଆସି ବହୁ ବାଡି ବଗିଚା ନଷ୍ଟ କରିଥିଲେ । ଏଥିସହ ଉକ୍ତ ଗ୍ରାମର ହାବିଲ କେର୍କେଟ୍ଟା, ମନୋଜ ବେହେରା ଓ ପ୍ୟାରା ହରୋଙ୍କ ଘର ଭାଙ୍ଗିଦେଇଥିଲେ । ସେହିପରି ଉକ୍ତ ହାତୀ ଦଳ ମନୋଜ ବେହେରା ଓ ପ୍ୟାରା ହରୋଙ୍କ ୪ଟି ଗାଇ ଏବଂ ୨ଟି ଛେଳି କୁ ମାରିଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ମନୋଜଙ୍କ ଖାଳରେ ଥିବା ଶହ ଶହ ଧାନ ବିଡା ଖାଇଦେବାସଙ୍ମାଡି ଦଳି ନଷ୍ଟ କରିଥିଲେ । ସୂଚନା ପାଇ ଦେବଗଡ ଫରେଷ୍ଟର ଭୀମସେନ ଶତପଥି ବିଭାଗୀୟ କର୍ମଚାରୀ ଓ ଏଲିଫେଂଟ ସ୍କ୍ୱାର୍ଡ ସହ ଉକ୍ତ ଗ୍ରାମରେ ପହଂଚି ହାତୀ ଦଳକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ । ଏଥିସହ ଆଜି ସକାଳେ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରି ଫେରିଆସି ଥିବା ଜଣାପଡିଛି । ସୂଚନା ପାଇ ମଙ୍ଗଳବାର ପୂର୍ବାହ୍ନରେ ଦେବଗଡ ଜିଲା କଂଗ୍ରେସ କମିଟୀ ସଭାପତି ସେମ ହେମ୍ରମ, ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ସନ୍ତୋଷ କୁମାର ଭୁତିଆ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ପରଖିବା ସହ କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୁରଣ ପ୍ରଦାନ ସହିତ ଷାତୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଦେବଗଡ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଆଜି ରାତ୍ରୀରେ ଉକ୍ତ ହାତୀ ଦଳ ଦେବଗଡ ପୌରାଂଚଳର ପୁରୁଣାଗଡ ଅଂଚଳରେ ରହିଥିବାରୁ ସହର ମଧ୍ୟରେ ଅଧିକ କ୍ଷୟକ୍ଷତିର ଆଶଙ୍କା ରହିଛି । ତେବେ ବନ ବିଭାଗ ପକ୍ଷରୁ ଉକ୍ତ ହାତୀ ଦଳକୁ ଘଉଡାଇବା ପାଇଁ ଉଦ୍ୟମ ଜାରୀ ରହିଛି ।

nis-ad
Leave A Reply

Your email address will not be published.