ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଜି ଉଦୟଗିରି ଠାରେ ତାପମାତ୍ରା ଖସିବାରେ ଲାଗିଛି । ଧୀରେଧୀରେ ଶୀତ ବଢୁଛି। ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାରେ ଶୀତ ଅନୁଭୂତ ହଉଛି। ଗତ ଦୁଇ ଚାରି ଦିନରେ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଖସିଛି। ଗତ ଶନିବାର ଫୁଲବାଣୀ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ତାପମାତ୍ରା ରହିଥିଲା। ଦାରିଙ୍ଗବାଡି ଠାରେ ୧୦.୦, ଜି ଉଦୟଗିରି ଠାରେ ୮.୪ ଡିଗ୍ରୀ ସେଲସିୟସ ରହିଥିଲା। ସେହିପରି ରବିବାର ଦିନ
ଫୁଲବାଣୀ ଠାରେ ୮.୦ ଡୀଗ୍ରୀ ରହିଥିବା ବେଳେ ଜି ଉଦୟଗିରି ଠାରେ ୮.୬ ଏବଂ ଦାରିଙ୍ଗବାଡ଼ି ଠାରେ ୯.୫ ଡିଗ୍ରୀସେଲସିୟସ ରହିଥିବା ସୂଚନା ମିଳିଥିଲା l ସେହିପରି ସୋମବାର ଦିନ ଫୁଲବାଣୀ ଠାରେ ୯.୦ ତାପମାତ୍ରା ରହିଥିବା ବେଳେ ଜି ଉଦୟଗିରି ଠାରେ ୮.୦ ଏବଂ ଦାରିଙ୍ଗବାଡ଼ି ଠାରେ ୯.୦ ଡୀଗ୍ରୀ ତାପମାତ୍ରା ରହିଥିଲା l ଆଜି ଫୁଲବାଣୀ ଠାରେ୮. ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ବେଳେ ଜି ଉଦୟଗିରି ଠାରେ ୬.୫ ଡୀଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ୯.୫ ଡିଗ୍ରୀ ତାପମାତ୍ରା ରହିଥିବା ସୂଚନା ମିଳିଛି l ଜି ଉଦୟଗିରି ତାପମାତ୍ରା ଏ ଏମ ଏଫ ୟୁ ରୁ ସଂଗୃହୀତ କରାଯାଇଛି lଏଣୁ ଶୀତ ବୃଦ୍ଧି ପାଇଛି। ପୂର୍ବାହ୍ନ ପ୍ରାୟ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହୁଛି। ପାରଦ ଲଗାତାର ଖସୁଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି।
ଚଳିତ ମାସ ଆରମ୍ଭରୁ ଫୁଲବାଣୀ ସମେତ ସମଗ୍ର ଜିଲ୍ଲା ରେ ଶୀତ ଆରମ୍ଭ ହୋଇଯାଇଥିଲା। ବିଶେଷ ଅଧିକ ନ ଥିଲେ ମଧ୍ୟ ତାପମାତ୍ରା ପ୍ରାୟ ୧୪, ୧୫ ଡିଗ୍ରୀ ସେଲ୍ସିୟସ ରହୁଥିଲା। କିନ୍ତୁ ଏବେ ଦୁଇ ଚାରି ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାରୁ ଫୁଲବାଣୀ ସହରରେ ଶୀତ ବସ୍ତ୍ର ବଜାର ପଡ଼ିଥିବା ବେଳେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି l ଏଥି ସହିତ ସକାଳୁ ସକାଳୁ ଫିଟନେସ ପାର୍କ ଓ ଚା ଦୋକାନରେ ମଧ୍ଯ ପ୍ରବଳ ଭିଡ ଜମୁଛି l ସେଇପରି ସନ୍ଧ୍ୟାରେ କିଛି କିଛି ଜାଗାରେ ବଡ ବଡ ଗଣ୍ଡିରେ ନିଆଁ ଲଗାଇ ନିଆଁ ପୁଇଁ ଥିବାର ଦେଖିବାକୁ ମିଳିଛି lଏପରି ଆହୁରି ଚାରି ପାଞ୍ଚ ଦିନ ଶୀତ ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି l
Sign in
Sign in
Recover your password.
A password will be e-mailed to you.