୧୯ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦଯାପିତ : ଅନ୍ତିମ ସଂଧ୍ୟାରେ ମଂଚସ୍ଥ ହେଲା ଓଡିଆ ନାଟକ ‘ଶୁଣନ୍ତୁ ହେ ଅଭିମନ୍ୟୁ ମାନେ’

ଦେବଗଡ଼ (୧୯|୧୨) : ଦେବଗଡର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟର୍‌ନେସନାଲ୍‌’ ପକ୍ଷରୁ ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ୧୯ ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ମହୋତ୍ସବର ଅନ୍ତିମ ଭୂବନେଶ୍ୱରର ‘ବିଦ୍ୟା କନକ ସୃଜନାନୁଷ୍ଠାନ’ର କଳାକାର ମାନଙ୍କ ଦ୍ୱାରା ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଓ ସୋନିକା ସାହୁଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଶୁଣନ୍ତୁ ହେ ଅଭିମନ୍ୟୁ ମାନେ’ ମଂଚସ୍ଥ ହୋଇଥିଲା । ବିଭିନ୍ନ ଭୁମିକାରେ ଅନୁଷ୍ଠାନର କଳାକାର ନବୀନ ପରିଡା, ଗୋବିନ୍ଦ ମହାପାତ୍ର, ମଳୟ ମହାନ୍ତି, ଅବକାଶ ମିଶ୍ର, ଅମରଦୀପ ମହାନ୍ତି, କେଦାର ନାଥ ରାଉତ, ଶୁଭସ୍ମିତା ସାହୁ, ଗିରିଜା ଶଙ୍କର ପଣ୍ଡା, ରାକେଶ ଶତପଥି, ଶୁଭକାନ୍ତ ପାଢୀ ଓ ଶୁଭଙ୍କର ସାହୁ ଅଭୀନୟ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଅନୁଷ୍ଠାନର ସଭାପତି ଅଶୋକ କୁମାର ନନ୍ଦଙ୍କ ଅଧ୍ୟକ୍ଷତା ଓ ଜନ୍ମାଜୟ ନାୟକଙ୍କ ସଂଯେଜନାରେ ଆୟୋଜିତ ଅନ୍ତିମ ସଂଧ୍ୟାର କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଜିଲା ବିଜେଡି ସଭାପତି ଇଂ. ଚିତରଞ୍ଜନ ପ୍ରଧାନ, ବିଜେଡି ରାଜ୍ୟ ସମ୍ପାଦକ ରୋମାଂଚ ରଞ୍ଜନ ବିଶ୍ୱାଳ ଓ ଭାରତୀୟ ଜନତା ପାର୍ଟୀର ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତୃତୀୟ ସଂଧ୍ୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଭା ପ୍ରାରମ୍ଭରେ ଅନୁଷ୍ଠାନର ଉପ ସଭାପତି ପ୍ରକାଶ ଚନ୍ଦ୍ର ଦେବତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସମ୍ପାଦକ ସୁଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାତ୍ରୀରେ ଅନୁଷ୍ଟାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ଏଠାକାର ସ୍ୱନାମଧନୂ କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ମଙ୍ଗଳ ମହାଙ୍କୁର ଓ ଅନୁଗୁଳର ଜଣାଶୁଣା ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଦ୍ୱିବେଦୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଚଳିତ ବର୍ଷର ସମ୍ମାନ ଜନକ ‘ଜାଗରଣ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା । ଉତ୍ସବ ଆୟୋଜନରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ବିଶାଲ କୁମାର ନାୟକ, ସହ ସମ୍ପାଦକ ବଂଶୀଧର ସାହୁ, ଅମ୍ଲାଂଶୁ ପୂଜାରୀ, କୋଷାଧ୍ୟକ୍ଷ ଚିତରଞ୍ଜନ ଦାସ, ସଂଯୋଜକ ରାକେଶ ଶତପଥି ଓ ସହ ସଂଯୋଜକ ଶିବାଶିଷ ଝାଙ୍କରଙ୍କ ସମେତ ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.