ଟ୍ରେନରେ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ୫ଜଣଙ୍କୁ କାବୁ କରିଛି ଵ୍ରହ୍ମପୁର ଜିଆରପି ଥାନା ପୋଲିସ

ବ୍ରହ୍ମପୁର : ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ରାତ୍ର ୧୨.୨୦ ଟା ସମୟରେ ଵ୍ରହ୍ମପୁର ରେଳଷ୍ଟେସନ ସରକାରୀ ରେଳବାଇ ଥାନାଧିକାରୀ ବିକାଶ କୁମାର ପଲାଇଙ୍କ ନେତୃତ୍ୱରେ, ଥାନାର ସହକାରୀ ଉପଆରକ୍ଷୀ ନିରୀକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ସହିତ ଏକ ପାଟ୍ରୋଲିଂ ଟିମ ରେଳ ଷ୍ଟେସନପ୍ଲାଟ ଫର୍ମ ନମ୍ବର ୪ ର ଶେଷ ଭାଗ (ପଲାସା ଆଡକୁ) ଯିବା ରାସ୍ତାରେ ଏକ ପରିତ୍ୟକ୍ତ ସ୍ଥାନରେ , ଯେଉଁଠାରେକି କୌଣସି ଲୋକଙ୍କର ଯାତାୟତ କରନ୍ତି ନାହିଁ, ସେହିଠାରେ ପାଞ୍ଚଜଣ ଯୁବକ ଅନ୍ଧାରରେ ମହମବତୀ ଜାଳି, ଧୁମପାନ, ମଦ୍ୟପାନ କରି, ବିଳମ୍ବିତ ରାତ୍ରିରେ ଆସୁଥିବା ଟ୍ରେନରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ, ପୋଲିସ ରେଡ଼ କରି ୫କାବୁ କରିବାରେ ସମର୍ଥ ହୋଇଅଛି । ସେମାନଙ୍କ ନିକଟରୁ ଲିଖିତ ଦୁଇଟି ମୂଲ୍ୟବାନ ଲାପଟପ, ମରଣାତ୍ମକ ଜିନିଷ ଜବତ କରାଯାଇଛି। ସେମାନଙ୍କୁ ଅଧିକ ପଚରା ଉଚରା କରିବାରେ, ଏହା ଜଣା ପଡିଛି ଯେ ଅଭିଯୁକ୍ତମାନେ ରେଳ ଷ୍ଟେସନ ଓ ଷ୍ଟେସନ ବାହାରେ ବଟଲ ଗୋଟାଇଥାନ୍ତି, ସେମାନେ ପ୍ରତ୍ୟକ ଟ୍ରେନ ସହିତ ପୁଙ୍ଖାନୁ ପୁଙ୍ଖ ଭାବେ ଜଡିତ । ସେମାନେ ଭଲଭାବରେ ଜାଣନ୍ତି କେଉଁ ଟ୍ରେନ କେତେବେଳେ ଆସିବ ଆଉ ଯିବ, ଏବଂ କେଉଁ ବଗିରେ କେତେ ଯାତ୍ରୀ ଥାନ୍ତି । ସେମାନେ ଏକ ଗୋଷ୍ଠୀ ଭାବରେ କାମ କରିଥାନ୍ତି, ଶେଷରେ ସେମାନେ ଚୋରିଜିନିଷ ବିକ୍ରୟ କରି ନିଜ ଭିତରେ ବାଣ୍ଟି ନେଇଥାନ୍ତି । ତାଙ୍କ ପାଖରେ ସେ କୌଣସି ଫୋନ ରଖନ୍ତି ନାହିଁ, ଧରାପଡିଯିବା ଭୟରେ । ସେମାନେ ଟ୍ରେନ ଷ୍ଟେସନ ପସିବାର କିଛି ଦୂରରୁ, ପ୍ଲାଟ ଫର୍ମରେ ଅପ ସାଇଡ଼ ରେ ଚଢି ଯାଇ ତୁରନ୍ତ କାଣ୍ଡ ଭିଆଇ, ପଳେଈ ଯାନ୍ତି, ଯଦି କୌଣସି ଯାତ୍ରୀ ବିରୁଦ୍ଧ କରିବାକୁ ଚେଷ୍ଟା କରେ, ସେମାନେ ଗୋଷ୍ଠୀବଦ୍ଧ ଭାବେ, ଆକ୍ରମଣ କରିଥାନ୍ତି। ସେମାନେ ଆନ୍ଧ୍ର ପ୍ରଦେଶରେ ଏହି କାର୍ଯ୍ୟ କରି ଆସୁଥିଲେ, ସେଠାରେ ପୁଲିସର ତନାଘନା ଦେଖି ଭୟରେ ଏଠାକୁ କିଛି ଦିନ ହେଲା ପଳେଈ ଆସି, ବିଭିନ୍ନ ଟ୍ରେନରୁ ଚୋରୀ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଅଛି।

nis-ad
Leave A Reply

Your email address will not be published.