ଚନ୍ଦ୍ରପୁର ବ୍ଲକରେ ଲୋକ ମହୋତ୍ସବ ଚଇତି ୨୦୨୩ ଧୁମ୍ ଧାମରେ ପାଳିତ

ରାୟଗଡା : ରାୟଗଡା ଜିଲ୍ଲା ଆଦିବାସୀ ଵହୁଳ ଚନ୍ଦ୍ରପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ ଲୋକମହୋତ୍ସବ ଚଇତି ୨୦୨୩ ବିଡିଓ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ବ୍ଲକ ମୁଖ୍ୟ କିରାଣୀ ଶ୍ରୀ କାଳିଚରଣ ରଥଙ୍କ ନେତୃତ୍ୱରେ ମହିଳାମାନେ କଳସ ଯାତ୍ରାରେ ଫଳଫଳିଆ ନଦୀରୁ ପାଣି ଆଣି ସ୍ଥାନୀୟ ଗ୍ରାମଦେବୀ ବୀର ଝାଲିଆ ମନ୍ଦିରରେ ପୂଜାର୍ଚ୍ଚନା ସାରି ବ୍ଲକ ଅଫିସ ପରିସରରେ କଳସକୁ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ରଘୁନାଥ ଗମାଙ୍ଗସ, ସମ୍ମାନିତ ଅତିଥି ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ,ପଞ୍ଚାୟତସମିତି ଅଧ୍ୟକ୍ଷ ଶ୍ରୀ କୋଇନ କିମ୍ବାକା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ମଞ୍ଚାସୀନ ହୋଇ ଥିଲେ।।ଅତିଥିମାନେ ଲୋକମହୋତ୍ସବ ଚ଼଼ଇତିର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାକୁ ଜନମାନସରେ ପରିପ୍ରକାଶ କରିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଵୋଲି ମତଵ୍ୟକ୍ତ କରିଥିଲେ । , ଜିଲ୍ଲାପରିଷଦ ସଭ୍ୟ ସୁଜିତ କୁମାର ବ୍ରେଡ଼େକା ,ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର,ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ କିର୍ଷାନି , ଯନ୍ତ୍ରୀ ବିକାଶ କୁମାର ମହାପାତ୍ର, ଟୁଡୁ , ପୋଲିସ ଏ ଏସ ଆଇ ନରସିଂହ ସାହୁ ଓ ପୋଲିସ କର୍ମଚାରୀ, ସୋମାଲିଆ ରାଇକା, ଥୋମାସ ଦଳବେହେରା, ବିକାସ ନାୟକ, ସୁଜିତ ଆନନ୍ଦ ତ୍ରିପାଠୀ ଓ ଏଲ ଏମ ଅଧିକାରୀ ଶ୍ରବଣ କୁମାର ସିଂ,ଜିପିଓ ରାଜେନ୍ଦ୍ର କୁମାର ପାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଯୋଗାଣ ଅଧିକାରୀ ମାନସ କୁମାର ଜେନା, ଶିକ୍ଷା ଗୋଷ୍ଟି ଅଧିକାରୀ ଗଣେଶ ଶବର, ସହକାରୀ ଗୋଷ୍ଟି ଅଧିକାରୀ ଉମାକାନ୍ତ ମିସାଲ , ବାଳକୃଷ୍ଣ ବିହାରୀ, ମୁର୍ତିକା ସଂରକ୍ଷଣ ଯନ୍ତ୍ରୀ ଶବର ଏପିଓ ବିନାୟକ ପାଣି ସି ପୀ ଗୋପୀନାଥ ଗୌଡ, ପି ଓ କରୁଣା କର ସେନାପତି ପ୍ରେସ କ୍ଲବ ସଭାପତି ପ୍ରମୋଦ କୁମାର ସାହୁକାର , ସଂପାଦକ ବିଜୟ ପ୍ରାସାଦ ଉର୍ଲକା, କୋଷାଧ୍ୟକ୍ଷ ହାଡ଼ିପା ଗୌଡ, ଭୀମ ଗୋଗେରେଙ୍ଗା ମୁନିଗୁଡା ନିଉଜ ଏମ୍ ଡି ଶ୍ରୀ ଗଣେଶ୍ବର ରାଓ, କୈଳାସ ମାଳବିଶଇ, ଏସ ଈଶ୍ୱର ରାଓ ପ୍ରମୁଖ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ଏହାପରେ ବ୍ଲକ ଛକ ଠାରୁ ମୁଣ୍ଡାମାହା ଗ୍ରାମ ଜାଏ ମାରାଥନ ଗଣଦୌଡ ହୋଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଧାୟକ ରଘୁନାଥ ଗୋମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଜିଲ୍ଲାପରିଷଦ କର୍ଯ୍ୟନିର୍ବାହୀ ଅଧୀକାରୀ ନିହାର ରଞ୍ଜନ କୋହର ରାୟଗଡା , ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୋଇନ କିମ୍ବାକା ଉପାଧକ୍ଷା ମାଳତୀ ମାଳବିଶଇ ଆଠ ଟି ଗ୍ରାମପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିବାବେଳେ , ସମ୍ମାନିତ ଅତିଥି ଭାବେ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ତତ୍ଵାବ ଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ ଝୁନାକା ଅତିଥି ପରିଚୟ ପ୍ରଦାନ କରିଥିଲେ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଭଗବାନ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦ୍ଵୀପ ପ୍ରଜଜ୍ଵଳନ କରିଥିଲେ ।ପରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଡ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୁବକ ଯୁବତୀ ଅଂଶ ଗ୍ରହଣ କରି ଲୁକାୟତ କୋଳା କୁ ଉଦ୍ଜୀବିତ କରିଥିଲେ । ସେହିପରି ବୁଡୁବାଲି ଆଶ୍ରମ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ପ୍ରଚେଷ୍ଟାରେ ବୁଡୁବାଲି ଆଶ୍ରମ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ଲୁକାୟତ ଆଦିବାସୀ ନୃତ୍ୟ ମଞ୍ଚରେ ପରିବେଷଣ କରି ସମ୍ମାନିତ ହୋଇଥିଲେ । ଉଦ୍ୟାନ ,କୃଷି, ମତ୍ସ୍ୟସମ୍ପଦ ବିଭାଗ ଷ୍ଟଲ ଦିବ୍ୟଜ୍ୟତି ଏସ ଏସ ଜି ଗ୍ରୁପ ଷ୍ଟଲ ଓ ପ୍ରଭାତ ଏନ ଜିଓ ଦ୍ୱାରା ମିଲେଟ କାଫେ ଷ୍ଟଲରେ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।ଶେଷରେ କଳାକାର ମାନଙ୍କୁ ଟ୍ରଫିଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର , ଦୁଷ୍ମନ୍ତ କିଷାନ ଓ ବିକାଶ ମହାପାତ୍ର ପରିଚାଳନା କରୁଥିବା ବେଳେ ଏହାକୁ ଶହୋଜଗ କରିଥିଲେ ତପନ ଦଣ୍ଡସେନା,ଦିଲନ କୁମାର ଗୌଡ, ଉଗ୍ରସେନ ପାତ୍ର, ଫିରୋଜ ସୂର୍ୟ,ବୈକୁଣ୍ଠ ତିମାକା,ମହେଶ୍ୱର ପରିଚା,ରାଜେଶ କ୍ରଦିଷ୍କା, ଜ୍ୟୋତି ରଞ୍ଜନ ବାଗ,ଅଜିତ ହିଆଲ୍,ଜନୀ ମାଧବ ରାଓ, ଶେଷରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.