ଦେବଗଡରୁ ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ ଜିଲା ବଡ ଗାଁରୁ ଉଦ୍ଧାର

ଉଦ୍ଧାର ଶିଶୁ ଘରେ ପହଂଚିଲେ ବହୁ ବିଶିଷ୍ଟ ବ୍ୟକ୍ତି
ଦେବଗଡ, ୧୯/୧୨ : ଦେବଗଡ ରୁ ସୋମବାର ସନ୍ଧ୍ୟାରେ ଅପହୃତା ହୋଇଥିବା ଜଣେ ଶିଶୁକନ୍ୟାଙ୍କୁ(୫)ସୁନ୍ଦରଗଡ ଜିଲା ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲି ନିକଟ ରାଜପଥ ପାର୍ଶ୍ବ ରୁ ମଙ୍ଗଳବାର ଭୋର ସମୟରେ ଉଦ୍ଧାର କରାଯାଇଛି।ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ଏହି ୫ବର୍ଷୀୟା ନାବାଳିକା ଝିଅ ଜଣକ ବଡ ଗାଁ ସର୍ବତି ଦେବୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାଜପଥ ପାର୍ଶ୍ବ ସର୍ଭିସ ରୋଡ ରେ ବିକଳ ହୋଇ ପାଟି କରୁଥିବା ଶୁଣି ସେଠାରେ ଭଡା ରେ ରହୁଥିବା କେତେକ ବ୍ୟକ୍ତି ଘରୁ ବାହାରି ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଏକ କାରରେ କେହି ଏହି ଶିଶୁକନ୍ୟାଙ୍କୁ ଆଣି ଏଠାରେ ଛାଡି ଚାଲି ଯାଇଥିଲେ।ଶିଶୁ କନ୍ୟା ଙ୍କ ନାମ ପିହୁ ଅଗ୍ର ଓ୍ବାଲା ଓ ତାଙ୍କ ବାପାଙ୍କ ନାମ ଆଲୋକ ଅଗ୍ର ଓ୍ବାଲ ବୋଲି ସେ କହିଥିଲେ।ଏହା ପରେ ସ୍ଥାନୀୟ ଲୋକେ ଆମ ଧରିତ୍ରୀ ବଡ଼ଗାଁ ପ୍ରତିନିଧି ଅଶୋକ ଷଡ଼ଙ୍ଗୀ ଙ୍କୁ ଜଣାଇଥିଲେ। ଘଟଣାସ୍ଥଳ କୁ ଯାଇ ଆମ ପ୍ରତିନିଧି ଥାନା ଆଇ ଆଇ ସି ବନ୍ଦନା ପାତ୍ର ଙ୍କୁ ଘଟଣା ସଂପର୍କ ରେ ଜଣାଇଥିଲେ। ଏହା ସହିତ ବଡ଼ଗାଁ ର ବ୍ୟବସାୟୀ ସିଉ ଶଙ୍କର ଅଗ୍ରୱାଲ ସୂଚନା ପାଇ ପଞ୍ଚିଥିଲେ । ସେଠାରୁ ବିଡ଼ିଓ କଲିଙ୍ଗ କରି ପିହୁ ଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ କଥା କରାଇବା ପରେ ସେ କାନ୍ଦି ନ ଥିଲେ। ଏହା ପରେ ଧରିତ୍ରୀ ଖବରଦାତା ଷଡ଼ଙ୍ଗୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ଝିଅ କୁ ଶୀତଳୁ ରକ୍ଷା କରିବା ପାଇଁ ନିଆଜାଳି ପୁଆଇ ଥିଲେ। । ବଡ଼ଗାଁ ଥାନା ଆଇଆଇସି ପାତ୍ର ସେଠାକୁ ଆସି ଝିଅ କୁ ଶାନ୍ତ୍ବନା ଦେଇଥିଲେ। ଝିଅ ର ମାମୁଁ ଆସିଲା ପରେ ତାଙ୍କୁ ଥାନା କୁ ଅଣାଯାଇଥିଲା। ଏସ ଡିପିଓ ଅଭିଷେକ ପାଣିଗ୍ରାହୀ ,ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି,ଡ୍ରାଇଭର ସଙ୍ଘ ଓ ବିଭିନ୍ନ ସାମାଜିକ ସଙ୍ଗଠନ କର୍ମକର୍ତ୍ତା ମାନେ ଥାନାରେ ପହଞ୍ଚି ଥିଲେ।। ଉଦ୍ଧାର ଶିଶୁ କନ୍ୟାକୁ ବଢ ଗାଁ ଥାନାକୁ ନିଆଯାଇ ଅଧିକ।ପଚରାଉଚରା କରାଯାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।ଖବର ପାଇ ଅପହୃତ ଶିଶୁ କନ୍ୟ ଙ୍କ ବାପା ଆଲୋକ ଅଗ୍ରୱାଲ, ବଡବାପା ଓ ପରିବାର ଲୋକେ ଥାନାରେ ପହଞ୍ଚିଥିଲେ। ପ୍ରକାଶ ଥାଉକୁ ଏହି ଶିଶୁ କନ୍ୟା ଟି ଦେବଗଡର ଚିନ୍ମୟ ଇରାଜୀ ମିଡିୟମ ସ୍କୁଲ ର ଏଲକେଜି ଶ୍ରେଣୀରେ ପାଠ ପଡ଼ନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କ ଆଈ ଙ୍କ ସଙ୍ଗେ ଟିଉସନ ଯାଇ ସେଠାରୁ ଫେରୁଥିଲା ବେଳେ ରାସ୍ତାରେ ଏକ ପଲସର ବାଇକକ ରେ ଦୁଇଜଣ ଯୁବକ ଆସି ଆଈ ମାଆ ଙ୍କୁ ଧକ୍କା ମାରି ଶିଶୁର କନ୍ୟା ଙ୍କୁ ଅପହରଣ କରି ଫେରିର ହୋଇ ଯାଇଥିଲେ।ଏହାପରେ ଘଟଣା ସମ୍ପର୍କରେ ପରିବାର ଲୋକେ ଦେବଗଡ ପୋଲିସ କୁ ସୂଚନା ଦେଇଥିଲେ। ଘଟଣା ପ୍ରଘଟ ହେଲାପରେ ଡ୍ରାଇଭର ସଙ୍ଘ ଓ ଦେବଗଡ଼ ଜନସାଧାରଣ ଅପହୃତ ଶିଶୁ କନ୍ୟା ର ଫଟୋ ସହ ବିଭିନ୍ନ ସୋସିଆଲ ମିଡିଆ ରେ ସୂଚନା ଦେଇ ସମସ୍ତ ଡ୍ରାଇଭର ମାନଙ୍କୁ ନଜର ରଖିବାକୁ ଜଣାଇଥିଲେ ଓ ଉଦ୍ଧାର ପାଇଁ ସମସ୍ତ ଙ୍କୁ ନିବେଦନ କରିଥିଲେ। ଆଜି ଶିଶୁକନ୍ୟା ଉଦ୍ଧାର ଖବର ପ୍ରକାଶ ପରେ ସହର ତଥା ଜିଲାରେ ଏକ ଖୁସି ର ଲହରୀ ଖେଳିଯାଇଛି,
ଦେବଗଡ ସହର ରେ ପହଞ୍ଚିଲା ପରେ ବହୁ ପୁରୁଷ ଓ ମହିଳା ତାଙ୍କ ଉପରେ ପୁଷ୍ପବୃଷ୍ଟି ଓ ହୁଳହୁଳି ଦେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା ପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଂଜରୀ ଦେଇ , ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ, ବିଜେଡି ରାଜ୍ୟ ସମ୍ପାଦକ ରୋମାଂଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, କାଉନ୍ସିଲର ଧର୍ମେନ୍ଦ୍ର ଦେବତା, ଯୁବ ନେତା ରାଜ କିଶୋର ଦାଶ, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ଘରେ ପହଂଚି ଶିଶୁଟିକୁ ଶୁଭେଚ୍ଛା ଜଣାଇଥିଲେ । ମଙ୍ଗଳବାର ଦେବଗଡ ସହରରେ ପହଞ୍ଚିଲା ପରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍ ଡି ପିଓ ସୌମ୍ଯ ରଂଜନ ମଲ୍ଲିକ, ଥାନା ଅଧିକାରୀ ସରୋଜ କୁମାର ସେଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଙ୍କ ସମେତ ଜନସାଧାରଣ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ପରେ ପରେ ଶିଶୁକନ୍ୟାଙ୍କୁ ଫୁଲ ଚନ୍ଦନ ଦେଇ ଘର ଭିତରକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା, ଆଜି ଶିଶୁକନ୍ୟା ଉଦ୍ଧାର ଖବର ପ୍ରକାଶ ପରେ ସହର ତଥା ଜିଲାରେ ଏକ ଖୁସି ର ଲହରୀ ଖେଳିଯାଇଛି,

nis-ad
Leave A Reply

Your email address will not be published.