ବେଆଇନ ହୋଡିଂରେ ସହର ଛାଉଣୀ : ପୌର ପ୍ରଶାସନର ଦୃଷ୍ଟି ପଡିବ କେବେ ?

ହିଞ୍ଜିଳିକାଟୁ : ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପୌର ପ୍ରଶଶସନର ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି ହେଲେ ବାସ୍ତବ କ୍ଷେତ୍ରରେ ବହୁ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋଡିଂ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ନାମରେ ପୌର ପରିଷଦ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବିଭିନ୍ନ ସ୍ଥାନରେ ବହୁ ସେଯନ୍ଦର୍ଯ୍ୟକରଣ କାର୍ଯ୍ୟ ନିର୍ମାଣଧିନ ରହିଛି । ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ପୌର ପରିଷନ ପକ୍ଷରୁ ନିଯୁକ୍ତି ଥିବା ସ୍ୱଚ୍ଚ ସାଥୀ ଓ ସୁପରଭାଇଜର ମାନଙ୍କୁ ନେଇ ବହୁ ସମୟରେ ତାଲିମ ପ୍ରଦାନ କରାଯାଉଛି । ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରାଞ୍ଚଳକୁ ରାଜ୍ୟର ୧ନଂ ସହର ଭାବେ ଗଢି ତୋଳିବା ପାଇଁ ପ୍ରଶାସନିକ ସ୍ତରରେ ସଦାସର୍ବଦା ଉଦ୍ୟମ ଜାରୀ ରହିଛି । ଏଥି ସକାଶେ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ସ୍ୱଚ୍ଛତା ବୈଠକ ଆୟୋଜନ କରାଯିବା ସହ ଜନସଚେତନତା ସୃଷ୍ଟି କରାଯାଉଛି । ହେଲେ କିଛି ବେଆଇନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋଡିଂ ଲଗାଯାଇଛି ।

ଆଗାମୀ ଦିନରେ ହିଞ୍ଜିଳିକାଟୁ ସହର ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅପେରା କାର୍ଯ୍ୟକ୍ରମ ସକାଶେ ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ବେଆଇନ ଭାବେ ବଡ ବଡ ହୋଡିଂ ଲଗାଯାଇଛି । ସଂପୃକ୍ତ ସ୍ଥାନରେ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ବର୍ତ୍ତମାନ ଉକ୍ତ ସ୍ଥାନରେ ବେଆଇନ ଭାବେ ବଡ ବଡ ହୋଡିଂ ଲଗାଯାଇଥିବାରୁ ବହୁ ସମୟରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବହୁ ଗାଡି ଓ ମୋଟର ସାଇକେଲ ଚାଳକଙ୍କ ଦୃଷ୍ଟି ହୋଡିଂ ଉପରେ ନଜର ରହୁଥିବାରୁ ବହୁ ସମୟରେ ଛୋଟବଡ ଦୂର୍ଘଟଣା ଘଟୁଥିବା ନଜିର ରହିଛି । ସରକାରୀ ବିଜ୍ଞାପନ ବ୍ୟତିତ ଅନ୍ୟ କୌଣସି ବେସରକାରୀ ସଂସ୍ଥା କିମ୍ବା ଅନୁଷ୍ଠାନ କି ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ସହର ମଧ୍ୟରେ ହୋଡିଂ ବ୍ୟବହାର କରି ପ୍ରଚାର ପ୍ରସାର କରିବା ପାଇଁ ପୌର ପ୍ରଶାସନର ଅନୁମତି ସହ ନିର୍ଦ୍ଧାରିତ ଦେୟ ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଅପେରା ଦାୟିତ୍ୱରେ ରହିଥିବା ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିବିଶେଷ ସ୍ଥାନୀୟ ପୌର ପରିଷଦର କିଛି ତଳୁଆ କର୍ମଚାରୀଙ୍କୁ ହାତବାରିସି କରି ସ୍ଥାନୀୟ ପୌରାଞ୍ଚଳ ପରିସରରେ ଏଭଳି ବେଆଇନ ହୋଡିଂ ଲଗାଇଥିବା ଶୁଣିବାକୁ ମିଳୁଛି । ଏ ଦିଗରେ ପୌର କର୍ତ୍ତୁପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚାଣ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି ବେଆଇନ ହୋଡିଂ ଲଗାଯାଇଥିବା ନେଇ ତାଙ୍କର ଦୃଷ୍ଟି ଗୋଚର ହୋଇନାହିଁ । ଏଥିପ୍ରତି ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସହର ମଧ୍ୟରେ ଥିବା ସମସ୍ତ ବେଆଇନ ହୋଡିଂ ଗୁଡିକୁ ଉଚ୍ଛେଦ କରାଯିବ ।

nis-ad
Leave A Reply

Your email address will not be published.