ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ଅଯୋଗ୍ୟ ଘୋଷଣାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କଲେ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ୍ ଅନ୍ତର୍ଗତ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ସାନୁଜ ପ୍ରଧାନଙ୍କ ପାଞ୍ଚଟି ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ବିଡିଓ ଓ ସିଡିପିଓଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ସରପଞ୍ଚଙ୍କୁ ଫୁଲବାଣୀ ଜିଲ୍ଲାପାଳ ଡା ଆଶିଷ ଇଶ୍ୱର ପାଟିଲ ଗତ ୨୨ ତାରିଖ ଦିନ ଦାସିଙ୍ଗବାଡ଼ି ସରପଞ୍ଚଙ୍କୁ ଚିଠି ନମ୍ବର-୧୧୫୮/୨୨.୧୧.୨୦୨୩ ରେ ଅଯୋଗ୍ୟ ଘୋଷଣାକରିଥିଲେ । ଜିଲ୍ଲା ପାଳଙ୍କ ଏହି ଅଯୋଗ୍ଯ ଘୋଷଣାକୁ ସାନୁଜ ପ୍ରଧାନ ଉଚ୍ଚ ନ୍ୟାୟାଳୟ ପିଟିସନ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ,ଓଡ଼ିଶା W.P.(C) No.39888 of 2023 ,ORDER 08.12.2023 ରେ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚକୁ ଯୋଗ୍ୟ ଘୋଷଣା କରି ଆସନ୍ତା ମାର୍ଚ୍ଚ ୨୭ତାରିଖ ୨୦୨୪ ଯାଏ ସରପଞ୍ଚ ପଦବୀ କାଏମ ରହିବା ନିର୍ଦ୍ଦେଶ ରହିଛି । ଏହି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପତ୍ରକୁ ସରପଞ୍ଚ ସାନୁଜ ପ୍ରଧାନ ଜିଲ୍ଲାପାଳ କନ୍ଧମାଳ, ବିଡିଓ ଦାରିଙ୍ଗବାଡିଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ। ଏନେଇ ପ୍ରତିପକ୍ଷ ପ୍ରାର୍ଥୀ ଅନନ୍ତ ପ୍ରଧାନ କନ୍ଧମାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଓ ଏଥିସହ ୫ଟି ସନ୍ତାନର ଜନ୍ମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଦାରିଙ୍ଗବାଡ଼ି ବିଡିଓ ଓ ସିଡିପିଓଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ଗତ ୨୨ ତାରିଖ ଦିନ ଦାସିଂବାଡ଼ି ସରପଞ୍ଚ ସାନୁଜ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା (ଚିଠି ନମ୍ବର ୧୧୫୮/୨୨.୧୧.୨୦୨୩) କରିଥିଲେ। ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନରେ ଦାସିଙ୍ଗବାଡ଼ି ପଞ୍ଚାୟରେ ସାନୁଜ ପ୍ରଧାନ ନିଜର ସନ୍ତାନ ବିଷୟରେ ଭୁଲ ତଥ୍ୟ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ ବୋଲି ପ୍ରତିପକ୍ଷ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.