ଗହୀରମଥା ନିଷିଧାଞ୍ଚଳରୁ ଜବତ ଟ୍ରଲର ଜଣେ ବିଭାଗୀୟ ଅଧିକାରୀଙ୍କର ନୁହେଁ ତ ? ତାକୁ ଛାଡିବା ପଛରେ କାହାର ହାତ…


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଯୋଗାଇଦେଵାକୁ କୌଣସି ବୋଟ କିମ୍ବା ଟ୍ରଲରକୁ ଫିସିଂ କରିବାକୁ ଦୃଢ ଭାବେ ବାରଣ କରାଯାଇଛି। ସେଥିପାଇଁ ବନ କର୍ମଚାରୀମାନେ ରାତି ଦିନ ଏକ କରି ପେଟ୍ରୋଲିଂ କରି ସମୁଦ୍ରରେ ପ଼଼ଇଁତରା ମାରୁଛନ୍ତି। ବହୁପରିମାଣର ଟ୍ରଲର ନିଷିଧାଞ୍ଚଳକୁ ଖାତିରି ନକରି ସାମୁଦ୍ରିକ ଅଭୟାରଣ୍ୟରେ ପଶି ଵେନୀୟମ ଭାଵେ ଫିସିଂ କରି ଚାଲୁଛନ୍ତି। ଏହା ପେଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ନଜରରେ ପଡିଲେ ମଧ୍ୟ କେତେକ ଟ୍ରଲର ମଧ୍ୟରୁ ଵିଭିନ୍ନ ସମୟରେ କେବଳ ଗୋଟିଏ ଲେଖାଁଏ ଟ୍ରଲର ସମେତ ସ୍ବଳ୍ପ ମାଛ ଜଵତ ଦର୍ଶାଇ ଟ୍ରଲରର ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି। ହେଲେ ଅନେକ ଟ୍ରଲର ଵିଭାଗିୟଙ୍କ ସହ ମଧୁର ସମ୍ପର୍କ ଥିବାରୁ ଛାଡ ପାଉଥିବା ଏଥିପୂର୍ବରୁ ଗିରଫ ବ୍ୟକ୍ତିମାନେ ଅଭିଯୋଗ କରି ଆସୁଥିଲେ। ହେଲେ ଗତ ରବିଵାର ଦିନ ଗହିରମଥା ଏକକୂଳା ଫରେଷ୍ଟରଙ୍କ ନେତୃତ୍ୱରେ ବନ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଚିଞ୍ଚିରୀ ମୁହାଣ ନିକଟରେ ସି କିଙ୍ଗ୍ -2ନାମକ ଟ୍ରଲର ଜବତ କରି କୂଳକୁ ଆଣିଥିଲେ। ଆସିବା ସମୟରେ ଅଗରନାସି ନିକଟ ନିଷିଧାଞ୍ଚଳରୁ ଆଉ ଏକ ଟ୍ରଲର ଵେନୀୟମ ଭାଵେ ଫିସିଂ କରୁଥିବାରୁ ଟ୍ରଲରକୁ ଜଵତ କରିବା ସହ ୧୦ମତ୍ସ୍ୟଜୀବୀଙ୍କୁ ଗହିରମଥା ରେଞ୍ଜରଙ୍କ ହେପାଜତକୁ ଦୁଇଟି ଟ୍ରଲରକୁ ଆଣିଥିଲେ। ହେଲେ ଦ୍ଵିତୀୟ ଟ୍ରଲରକୁ କାହା ଇଙ୍ଗିତରେ ଛଡିଦେଇଥିବା ବେଳେ ପ୍ରଥମ ସିକିଙ୍ଗ-2 ଟ୍ରଲରକୁ ଜବତ କରି ରଖିବା ସହ ସେଥିରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଗଲା। ଗିରଫ ମତ୍ସ୍ୟଜୀବୀ ଦୁଃଖର ସହ କହିଛନ୍ତି, ଆମେ ଅପରାଧ କରିଛୁ ଆମ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ଦ୍ଵୀତିୟ ଟ୍ରଲର ସମାନ ଭାବେ ବେନୀୟମ ଫିସିଂ କରୁଥିଲା ତାକୁ ବନ ବିଭାଗ ହେପାଜତକୁ ଆଣି କାହା ଇଶାରାରେ ଛାଡିଦିଆଗଲା କାହିକି,?ଏହା କଣ ବନ ବିଭାଗର ସ୍ଵଛତା ଓ ପକ୍ଷପାତିତା କାର୍ଯ୍ୟାନୁଷ୍ଠାନ କି ?ଏନେଇ ଡିଏଫଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ତଦନ୍ତ କରାଯିବ, କିନ୍ତୁ ଆଜକୁ ତିନିଦିନ ବିତିଗଲାଣି ତଦନ୍ତର ଗନ୍ଧ ବାସନା ଜଣାପଡୁନାହିଁ। ଆଜି ଡିଏଫଓ, ରେଞ୍ଜର ଓ ସମ୍ପୃକ୍ତ ଫରେଷ୍ଟରଙ୍କ ପ୍ରତିକ୍ରିୟା ନେଵାକୁ ଚେଷ୍ଟା କରିବାରୁ କେହି ଫୋନ ରିସିଭ୍ କରୁନାହାଁନ୍ତି।ଏଠାରେ ଅସମର୍ଥ ସୂତ୍ରରୁ ଶୁଣିବାକୁ ମିଳୁଛି ଏଥିରେ ଜଣେ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାମରେ ର ୨/୩ ଟି ଟ୍ରଲର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ନିୟମିତ ଫିସିଂ କରୁଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଆଲୋଚନାରୁ ଜଣା ପଡିଛି। ତେଣୁ ଜବତ ହୋଇ ଛଡା ଯାଇଥିବା ଟ୍ରଲରଟି ସମ୍ପୃକ୍ତ ଅଧିକାରୀଙ୍କର ହୋଇଥାଇପାରେ ବୋଲି ପରିଵେଶବିତ୍ ଓ ବୁଦ୍ଧିଜୀବୀ ମହଲରେ ରକ୍ଷକ ହୋଇ ଭକ୍ଷକ ସାଜୁଥିବା ଆଲୋଚନା ହେଉଛି। ତେଣୁ ଏହାର ସତ୍ୟତା ଲୋକଲୋଚନକୁ ଆଣିବାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅଲିଭରିଡଲେ କ଼଼ଇଁଛଙ୍କୁ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହେଉଛି।

nis-ad
Leave A Reply

Your email address will not be published.