ଦୋକାନ ଗୃହ ଯୋଗାଣ ନାଁରେ ଲାଞ୍ଚ ମାମଲା : ଅଭିଯୁକ୍ତକୁ ତିନିବର୍ଷ ଜେଲ ଓ ଜୋରିମାନା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମରବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ଅଭିୟୁକ୍ତ, ବାଲି ଗୁଡା ଏଆର ସିଏସ୍‌ ର ପୂର୍ବତନ କୋପରେଟିଭ ଇନିସ୍ପେକ୍ଟର, ଯାଜପୁର ଜିଲ୍ଲା ବିରଜାପୁରର ରାମବାଗ ଅଞ୍ଚଳର ଶିତେଷ ରଞ୍ଜନ ଦାସଙ୍କୁ ସାକ୍ଷୀ ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧୂକ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ବିଚାରପତି ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ୫୦ ହଜାର ଟଙ୍କାର ଜାମିନରେ ବିଚାରପତି ଛାଡ଼ିଛନ୍ତି । ସୂଚନା ଅନୁସାରେ ସେ ରାଇକିଆର ଏମସି ଏସ୍ ର ଦୁଇଟି ଦୋକାନ ଗୃହକୁ ଜଣେ ବ୍ୟକ୍ତିଙ୍କ ନାମରେ କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ପୁଲସ୍ତ ଛତ୍ରିଆ ସଦଳବଳେ ତାଙ୍କୁ ଟଙ୍କା ସମେତ ଗିରଫ କରିବା ସହିତ ଏକ ମାମଲା ୪୫/୨୦୧୮ ରୁଜୁ କରି ବିଚାରପତିଙ୍କ ନିକଟରେ ହାଜର କରାଇଥିଲେ । ଆଜି ଉପୋରୋକ୍ତ ମାମଲାର ବିଚାରଣା କରି ବିଚାରପତି
ଏହି ରାୟ ପ୍ରକାଶ କରିଛନ୍ତିj । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭିଭି ରାମଦାସ ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.