ଲଗାଣ ବର୍ଷାରେ ଭିଜିଲା ହେକ୍ଟର ହେକ୍ଟର ଚାଷ ଜମି, କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ…

ଛତ୍ରପୁର : ବାତ୍ୟା ମିଗଜୋମର ପ୍ରଭାବରେ ଅଦିନିଆବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଏହାଫଳରେ ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଏ ନେଇ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ହେକ୍ଟର ହେକ୍ଟର ଧାନ କ୍ଷେତ ଗୁଡିକରେ ବର୍ଷା ପାଣି ଜମି ରହିଛି । ଚାଷୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କେତକ ସ୍ଥାନରେ ଚାଷୀ ମାନେ ଜମିରୁ ବର୍ଷାଜଳ ନିଷ୍କାସନ କରିବା ଲାଗିଥିବା ବେଳେ ଆଉ କେତକ ସ୍ଥାନରେ ଚାଷୀ ମାନେ କଟାଯାଇଥିବା ପାଚିଲା ଧାନ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ କାମ କରୁଛନ୍ତି । ବହୁ କ୍ଷେତରେ ପାଣି ଜମିବା ସହିତ ଧାନଗଛ ପଡିଯାଇଥିବାର ଦେଖିବାକୁ ମଧ୍ୟ ମିଳିଛି ।
ଏହା ଯୋଗୁଁ ବୁଧବାର ଚାଷୀ ମାନେ ଚିନ୍ତାରେ ରହିଥିବା ବେଳେ ଛତ୍ରପୁର ବ୍ଲକର ବହୁ କୃଷି ଅଧିକାରୀ ମାନେ କ୍ଷେତ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଏହାସହିତ ଚାଷୀ ମାନେ କିପରୀ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ କରିପାରିବେ ସେଥି ନିମନ୍ତେ ସଚେତନତା କରିଛନ୍ତି ଏବଂ କଟା ହୋଇଥିବା ଧାନ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ମଧ୍ୟ ସେମାନେ ଚାଷୀ ମାନଙ୍କୁ କହିଛନ୍ତି । ପୂର୍ବରୁ ମଧ୍ୟ କୃଷି ବିଭାଗ ପକ୍ଷରୁ ଏନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଇଥିଲ।। ଏହି ପରିଦର୍ଶନ ବେଳେ ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ବିହାରୀ ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ, ନିହାରିକା ପଣ୍ଡା ଓ ମୌସୁମୀ ବେହେରା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ଚାଷ ଜମି ଗୁଡିକ ବୁଲି ଦେଖିଛନ୍ତି ।

nis-ad
Leave A Reply

Your email address will not be published.