ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ମତ୍ସ୍ୟଜୀବୀ…

ଛତ୍ରପୁର : ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି । ଏନେଇ ମତ୍ସ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନତା ମଧ୍ୟ କରାଯାଇଛି । କିନ୍ତୁ, ମାଛ ମାରିବାକୁ ନ ଯାଇ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ମତ୍ସ୍ୟଜିବୀ ମାନେ । ଏଣୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ବାତ୍ୟା ମିଗଜୋମ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଏଣୁ ସେମାନଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ବାରଣ କରାଯାଇଛି । ମାଛ ମାରି ସେମାନେ ପ୍ରତିଦିନ ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ବାତ୍ୟା ଯୋଗୁଁ ସେମାନେ ମାଛ ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଉଛି । ଆଉ ସରକାରଙ୍କ ନିର୍ଦ୍ଦେଶକୁ ସେମାନେ ମାନୁଛନ୍ତି । ଏଣୁ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ଏନ.ଦୀନବନ୍ଧୁ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.