ବିଶ୍ୱ ମୃତ୍ତିକା ଦିବସ ପାଳିତ

ଛତ୍ରପୁର : ଗଂଜାମ ଜିଲ୍ଲାର ଆଞ୍ଚଳିକ କୃଷି ତାଲିମ କେନ୍ଦ୍ର (ରଙ୍ଗେଇଲୁଣ୍ଡା) ଠାରେ ବିଶ୍ୱ ମୃତ୍ତିକା ଦିବସ ଜିଲ୍ଲା ମୁଖ୍ୟ କୃଷି ଅଧିକାରି ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା ପ୍ରକଳ୍ପ) ଶୁଭେନ୍ଦୁ କୁମାର ଦାଶ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ର-୨ ର ମୁଖ୍ୟ ବୈଜ୍ଞାନିକ ସୁଜିତ୍ କୁମାର ନାଥ, ଆଞ୍ଚଳିକ କୃଷି ତାଲିମ କେନ୍ଦ୍ରର ପ୍ରିନ୍ସପାଲ ପ୍ରଦୀପ କୁମାର ନାୟକ , ସରପଞ୍ଚ ନମିତା ମହାଙ୍କୁଡଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଅତିଥିଭାବେ ଯୋଗଦେଇ ମୃତ୍ତିକା ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ ଆଲୋକପାତ କରିଥିଲେ । ମୃତ୍ତିକାର ସୁରକ୍ଷା, ମୃତ୍ତିକାର ସ୍ୱାସ୍ଥ୍ୟ କାର୍ଡ ଆବଶ୍ୟକତା , ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ବିବରଣୀ ପ୍ରଦା କରାଯାଇଥିଲ।। ଏହି ସବୁକୁ ସଠିକ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକ ରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପୂର୍ବରୁ ମୃତ୍ତିକା ଓ ଜଳ ଜୀବନ ଉତ୍ସ ବିଷୟରେ ଜୁନିୟର ଓ ସିନିୟର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ।। ଏଥିରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ମଙ୍କରଝୋଳ ର ଡି.ଭଗବାନ ଓ ପାଟପୁର ର ସତ୍ୟନାରାୟଣଙ୍କୁ ସଫଳ ଚାଷୀଭାବେ ସମ୍ମାନୀତ କରାଯାଇଥିଲ।। ଏହାସହିତ ୩୦ଜଣ ଚାଷୀଙ୍କୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ଜିଲ୍ଲା କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ପ୍ରଣତୀ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.