ଡାଙ୍ଗମାଳ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପୋରି ଉଦ୍‌ଯାପିତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପୋରି ଶନିଵାର ଦିନ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଙ୍କ ଦ୍ବାରା ଉଦ୍ଜାପିତ ହୋଇଯାଇଛି। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଶୃଙ୍ଖଳିତ ଜୀବନରେ ଭାରତ ସ୍କାଉଟ ଆଣ୍ଡ ଗାଇଡ ସହାୟକ ହେଵ ଵୋଲି ଵିଧାୟକ ମତପୋଷଣ କରିଛନ୍ତି। ଜିଲ୍ଲା ସ୍କାଉଟ କମିଶନର ଶ୍ରୀ ପିତବାସ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍କାଉଟ ଗାଇଡର ଚିଫ୍ କମିଶନର ଡ. କାଳିପ୍ରସାଦ ମିଶ୍ର, ମୁଖ୍ୟ ବକ୍ତାଭାବେ ସଙ୍ଗଠନର ସମ୍ପାଦିକା ଅନାମୀକା ଦାସ, ଡିଓ ଶୁଭଲକ୍ଷ୍ମୀ ନାୟକ, ନୋଡାଲ ପ୍ରଧାନ ଶିକ୍ଷକ ଶୁଭ୍ରଜ କୁମାର ବରାଳ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୟରାମ ସେଠୀ, ସୁଦର୍ଶନ ଦାସ, ଲକ୍ଷ୍ମୀଧର ବାରିକ, ରମେଶ ଚନ୍ଦ୍ର ଵେହେରା, ପରିଚାଳନା କମିଟି ସଭାପତି କାର୍ତ୍ତିକ ଵେହେରା ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ସରୋଜ କାନ୍ତ ଵିଶ୍ଵାଳ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଚଳିତବର୍ଷ ଚ଼଼ଉଦକୁଲାଟର ଜଗନ୍ନାଥ ବିଦ୍ୟାପିଠ ଚାରିବର୍ଷ ହେଵ ଚମ୍ପିଆନ ହୋଇଆସୁଛି। ଵେଷ୍ଟ ସ୍କାଉଟ ମାଷ୍ଟର ଭାଵେ ରୀତେଶ କୁମାର ଵେହେରା, ଗାଇଡ କ୍ୟାପଟେନ୍ ଭାବେ ଗାୟତ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରରେ 580ସ୍କାଉଟ ଗାଇଡ ଓ 70ସ୍କାଉଟ ମାଷ୍ଟର ଏଵଂ ଗାଇଡ କ୍ୟାପଟେନ୍ ଯୋଗଦେଇଥିଲେ। ଡିଓସି ସ୍କାଉଟ ଦେଵରାଜ ନାୟକ, ଡିସି ଡିଓସି ଗାଇଡ ଜୟନ୍ତୀ ଦେଇ, ହରପ୍ରିୟା କର, ଅନ୍ନପୂର୍ଣା ଓ ଗୋପିନାଥ ଦ୍ବିଵେଦୀ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.