ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଲା ଧନ୍ଦାମୂଳକ ଶିକ୍ଷା ସମ୍ମିଳନୀ…

ଫୁଲବାଣୀ : ରାଜ୍ୟରେ ପ୍ରଥମଥର ପାଇଁ କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି ଧନ୍ଦାମୂଳକ ଶିକ୍ଷା ସମ୍ମିଳନୀ । କନ୍ଧମାଳ ଜିଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷକ ମାନଙ୍କ ଉଦ୍ୟମରେଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ , ଜିଲ୍ଲା ନିୟୋଜନ ଅଧିକାରୀ ପୁରୁଷତ୍ତୋମ ମହାପାତ୍ର , ଫୁଲବାଣୀ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ପ୍ରକାଶ ଚନ୍ଦ୍ର ସେଠୀ , ଫୁଲବାଣୀ ବ୍ଳକ ଶିକ୍ଷା ଅଧିକାରୀ ରଂଜନ କୁମାର କହଁର , ଟିକାବାଲି ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ , ସରକାରୀ ପଲିଟେକନିକ୍‌ର ବରିଷ୍ଠ ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସ୍ଥିତିରେ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବେକାରୀ ସମସ୍ୟା ଦୂର କରିବାରେ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଉପରେ ଅତିଥିମାନେ ମତ ପ୍ରକାଶ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ୧୦ମ ପରେ ନିଶ୍ଚିତ ଭାବେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷକ ପ୍ରହଲ୍ଳାଦ ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ କନ୍ଧମାଳ ଜିଲାର କେତେ ବିଦ୍ୟାଳୟର ଓ କେଉଁ କେଉଁ ଉପରେ ଶିକ୍ଷା ଦିଆଯାଉଛି ସେ ନେଇ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଅନ୍ୟତମ ପ୍ରଶିକ୍ଷକ ସୁଶ୍ରୀ ଦେବସ୍ମିତା ରାଉତ (ସମ୍ବଲପୁର) ପାୱାର ପଏଣ୍ଟ ମାଧ୍ୟମରେ ବିିଭିନ୍ନ ଦିଗ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଧନ୍ଦାମୂଳକ ଶିକ୍ଷା ଉପରେ ସଚେତନ ମୂଳକ ନୃତ୍ୟ ପରିବେଶଷ କରାଯାଇଥିଲା । ସେହିଭଳି ଏକାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସମେତ ଅନ୍ୟ ଧନ୍ଦାମୂଳକ ପ୍ରଶିକ୍ଷକ ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲାର ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପଢୌକନ ଦେଇ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପଢିବୁ ଆମେ ଧନ୍ଦାମୂଳକ ଶିକ୍ଷା , ହଟେଇବୁ ଆମେ ବେକାରୀ ସଂଖ୍ୟାର ନାରା ମଧ୍ୟ ଦିଆଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲାରେ ଚାଲିଥିବା ଧନ୍ଦାମୂଳକ ଶିକ୍ଷାର ସମସ୍ତ ବିଦ୍ୟାଳୟର ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ବହୁ ସଂଖ୍ୟାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ । ଅଶୋକ ମହାନ୍ତି ସଂଯେଜାନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଧନ୍ଦାମୂଳକ ପ୍ରଶିକ୍ଷକ ଓମ୍ ପ୍ରକାଶ ସାହୁ , ଜିତେନ୍ଦ୍ର କୁମାର ପ୍ରଧାନ , ହରିଚନ୍ଦ୍ର ସିଂ , ସମୀର ପଟନାୟକ , ପବିତ୍ର କୁମାର ଜେନା , ସଂଜୟ ପରିଡ଼ା ,ସ୍ୱେତା ସାହୁ , ସଂଗ୍ରାମ ନାୟକ ଓ କୃପା ମୁଖୀ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.