ବିଜ୍ଞାନୀକ ପ୍ରଦର୍ଶନ ବନ୍ଦ ସୋମାରହ ୨ ଡିସେମ୍ବର ୨୦୨୩ ଅନୁଷ୍ଠିତ… !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ସରକାରୀ ହାଇସ୍କୁଲ ବୀରମିତ୍ରପୁରରେ ବିଜ୍ଞାନୀକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ୨ ଡିସେମ୍ବର ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ Smt ବାଣୀ ମୁଣ୍ଡା ! ମୁଖ୍ୟ ଅତିଥି ଭାବେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଫିତା କାଟି ଉଦଘାଟନ କରିଥିଲେ ! ପୂର୍ବତନ ABEO କୁଆଁରମୁଣ୍ଡା ମୋହନ କୁମାର ,କୁଆଁରମୁଣ୍ଡା ABEO ନିର୍ମଳା ପଣ୍ଡା , କୁଆଁରମୁଣ୍ଡା ABEO ଦୋରୋଥିଆ ଟୋପୋ, ହରିହର ହାଇସ୍କୁଲ କୁଆଁରମୁଣ୍ଡା OES – ll (SB) ସୀମା ସୁଜାତା ତିର୍କି ,ଉନ୍ନୟନ ଅଧିକାରୀ କୁଆଁରମୁଣ୍ଡା ଗଙ୍ଗାରାମ ବୁଦେକ୍ ଉପସ୍ଥିତ ଥିଲେ ! କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ୧୭୨ ଟି ବିଦ୍ୟାଳୟ ରହିଛି !ଏଥି ମଧ୍ୟରୁ ୨୪ ଟି ଉଚ୍ଚ ବିଦ୍ୟାଳୟ ,୧୦୬ ଟି ପ୍ରାଥମିକ ବିଦ୍ୟାଳୟ ଓ ୪୨ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି !ଏହି କାର୍ଯ୍ୟକ୍ରମରେ ୨୦୦ ଟି ପ୍ରକଲପକୁ ନେଇ ବିଜ୍ଞାନ ମେଳା ପ୍ରଦର୍ଶନ କରାଯାଇଥିଲା ! ୨୦୦ ଟି ପ୍ରକଲପ ମଧ୍ୟରେ କୁଆଁରମୁଣ୍ଡା ହରିହର ହାଇସ୍କୁଲର ସମୀକ୍ଷା ରାନି ସାହୁ, ସମୃତୀ ଶ୍ରୀ ମେହର, ସରସ୍ଵତୀ

ବାଡ଼ାଇକ, ହେମା ମାହାତ , ଝାରବେଡ଼ା ସରକାରୀ ହାଇସ୍କୁଲର ଅର୍ଚ୍ଚିତା ଓରାମ ,ବୀରମିତ୍ରପୁର ସରକାରୀ girl’s ହାଇସ୍କୁଲର – ଭୂମିକା ନାଥ , ସସ୍ମିତା ଟପନୋ ,ସରକାରୀ ହାଇସ୍କୁଲ ଦଳକିର- ସୁଜାତା ତିର୍କୀ, ଥାନା ରାଏବଗା ହାଇସ୍କୁଲର – ଅଙ୍କିତ ସାହୁ , ଓ ଏ ଭି ତେଲିପୋଶ ହାଇସ୍କୁଲର – ଯାନଭି କୁମ୍ହାର୍, ନଭ ଜ୍ୟତି ହାଇସ୍କୁଲର – ପ୍ରବୀନ କେରକେଟା, ସରକାରୀ ହାଇସ୍କୁଲ ବୀରମିତ୍ରପୁରର – ଆନନ୍ଦ ଠାକୁର, ସରକାରୀ ଉଚ୍ଚ ବିଦ୍ୟାଳୟ ବାରାବାଶ ର – ରୋଜାଲିନ ବେହେରା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ର – ରବି ତିର୍କୀଙ୍କୁ ପୁରସ୍କୃତ ଦେଇଥିଲେ ମୁଖ୍ୟ ଅତିଥି ବୀରମିତ୍ରପୁର ମୁନିଶିପାଳଟି ଅଧକ୍ଷ ସନ୍ଦୀପ ମିଶ୍ର, ଉପାଧ୍ୟକ୍ଷ ନିବେଦିତା ଵାଗେ , UPHC ବୀରମିତ୍ରପୁର ବକ୍ତା DR ସୌରଭ ଭେଙ୍ଗରା, କୁଆଁରମୁଣ୍ଡା ଚରମେନ୍ ଜ୍ୟତ୍ୟି କେ, କୁଆଁରମୁଣ୍ଡା ‘ ଖ ‘ ଜିଲ୍ଲା ପରିଷଦ ରାଜେନ୍ଦ୍ର କୂଜୁର, ଜିଲ୍ଲା ପରିଷଦ କ ନେଭିଲ୍ କେରକେଟ୍ଟା କରିଥିଲେ ! ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ! ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କିଶୋର ଚନ୍ଦ୍ର ମୁଦୁଲି !

nis-ad
Leave A Reply

Your email address will not be published.