ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଆଜି ଵିଧାୟକ ରିବନ କାଟି ଓପନିଂ କଲେ ଇକୋ ରିଟ୍ରିଟ୍…


ରାଜନଗର -1.12.023 ପ୍ରାକୃତିକ ପରିବେଶରେ ଭିତରକନିକା ପେଣ୍ଠ ବେଳାଭୂମି ଠାରେ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନର ଭରପୁର ମଜା ନେଵେ ପର୍ଯ୍ୟଟକ। ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡିଶା ପର୍ଯ୍ୟଟନର ମନୋରଞ୍ଜନ ଉତ୍ସବ ଇକୋ ରିଟ୍ରିଟ୍। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରକନିକା ଇକୋ ରିଟ୍ରିଟ୍ ଆଜି ପେଣ୍ଠ ବେଳାଭୂମିରେ ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁଙ୍କ ଦ୍ୱାରା ରିବନ କଟାଯାଇ ଓପନିଂ ହୋଇଯାଇଛି। ରାଜ୍ୟରେ ଭର୍ଚୁଆଲରେ 6 ଟି ପର୍ଯ୍ୟଟନ ସ୍ଥଳୀ ସମେତ ଭିତରକନିକା ଇକୋ ରିଟ୍ରିଟ୍ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମୋଡରେ ଉଦ୍ଘାଘାଟନ କରିଛନ୍ତି ।ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଇକୋ ରିଟ୍ରିଟ୍ ୪ର୍ଥ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଚଳିତବର୍ଷ ଡିସେମ୍ବର ୧ ରୁ

ଫେବୃୟାରୀ ୨୯ତାରିଖ ପର୍ଯ୍ୟନ୍ତ ଏହି ତିନିମାସ ଚାଲିବ ଵୋଲି ଵିଭାଗ ସୁତ୍ରରୁ ଜଣାପଡିଛି ।ପର୍ଯ୍ୟଟକଙ୍କ ରହଣି ପାଇଁ 25ଟି ଟେଣ୍ଟ ସହ 12ରୁ ଅଧିକ କାର୍ଯ୍ୟକ୍ରମ ରହିଛି। ଏଠି ଦୁଇଟି ଶୈଳୀର କଟେଜ ରହିଛି, ଗୋଟିଏ ରାତିକପାଇଁ ଡିଲକ୍ସ ସ୍ବିସ୍ କଟେଜର ଦାମ ୭୫ହଜାର ଟଙ୍କା ଓ ପ୍ରିମିୟମ ସ୍ବିସ୍ କଟେଜର ଦାମ ୮ହଜାର ଟଙ୍କା ରହିଛି। ଚେକ୍ ଇନ୍ ମଧ୍ୟାହ୍ନ ୧୨ଟା ଓ ଚେକ୍ ଆଉଟ ସକାଳ ୧୦ଟା ରହିଛି। ପ୍ରତି କଟେଜରେ ଦୁଇଜଣ ରହିପାରିଵେ ଵୋଲି ଵିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ,ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ, ବିଡିଓ ଶ୍ରୀ ନିଶାନ ମିଶ୍ର, , ତହସିଲଦାର ଶ୍ରୀ ଅଜୟ କୁମାର ମହାନ୍ତି , ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ବିଜେଡି ବ୍ଲକ ସଭାପତି ଶ୍ରୀ ନିରଞ୍ଜନ ରାଉତ, ଶ୍ରୀକାନ୍ତ ପ୍ରଧାନ, ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବନଖଣ୍ଡ ସହକାରୀ ସଂରକ୍ଷକ ପୂନମହୀରା ହାଁସଦା ଓ ଗଗନ ଵିହାରୀ ମଲ୍ଲିକ, ରାଜନଗର ଥାନା ଆଇଆଇସି ଶ୍ରୀ ଅଜୟ କୁମାର ଜେନା, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ଵିଶ୍ବରଞ୍ଜନ ସ୍ବାଇଁ ଏବଂ ପଞ୍ଚାୟତର ସରପଞ୍ଚ /ସମିତି ସଭ୍ୟ /ସଭ୍ୟା, ସ୍ଥାନୀୟ ଜନସାଧାରଣଙ୍କ ସମେତ ଏହି କାର୍ଯ୍ୟକ୍ରମକୁ ସହଯୋଗ କରୁଥିବା ଵିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଵିଭାଗ ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ନିର୍ଦେଶିକା ହିମାଳୟ ତ୍ରୀପାଠି ଧନ୍ୟବାଦ ଦେଇଥିବା ଵେଳେ ହାତଗଣତି ଗଣମାଧ୍ୟମ 3/4ଜଣ ପ୍ରତିନିଧିଙ୍କୁ ଛାଡି ଦେଲେ ଜିଲ୍ଲା ପର୍ଯ୍ୟଟନ ଦାୟିତ୍ଵରେ ଥିବା ହିମାଳୟ ତ୍ରୀପାଠି ଅନ୍ୟ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ସୂଚନା ଦେଉନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଅଞ୍ଚଳର ଏହି ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତି ହୋଇଥିବା ଇକୋ ରିଟ୍ରିଟ୍ ର ପ୍ରଚାର ପ୍ରସାର ପାଇଁ ଯଦି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି, ତେଵେ ଏହାଭିତରେ କିଛି ଦୁର୍ନୀତି କିମ୍ବା କିଛି ବେନୀୟମ କାର୍ଯ୍ୟ ଘଟୁଥିବା ଆଶଙ୍କାକୁ ଘୋଡାଇଵାକୁ ହୁଏତ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଉ ନଥିବା ଵୁଦ୍ଧଜିଵୀ ଓ ସମାଜସେଵୀ ଏବଂ ପରିଵେଶ ବିତ୍ ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.