ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ…

ଫୁଲବାଣୀ : ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ଦୁଇଦିନିଆ ସାଧାରଣ ବୈଠକର ଉଦ୍‌ଯାପନୀ ଉଦ୍‌ଦ୍ଯାପ ଦିବସରେ ମାନ୍ୟବର ଉପ ବାଚସ୍ପତି,ବିଧାନସଭା, ଓଡ଼ିଶା ସାଲୁଗା ପ୍ରଧାନ ମୁଖ୍ୟ ଅତିଥୁଭା ତିଥୁଭାବେ ଯୋଗଦେଇ ଜୟ ଜବାନ ଜୟ କିଶାନ ସ୍ଲୋଗାନକୁ ମନେପକେଇଥିଲେ l କିନ୍ତୁ ଦୁଃଖର କଥା କିଶାନ ଶାନ ଭାଇ ଭଉଣୀମାନେ ଆଜି ଅବହେଳିତ । ତଥାପି ସେମାନେ ନିଜରହକ୍ ପାଇଁ ସରକାରଙ୍କ ନିକଟରେ ଦାବି କରନ୍ତି ନାହିଁ । ସେମାନେ କ୍ଷତି ସହିଲେବି ପ୍ରତି ବର୍ଷ ନିଜର ଜୀବୀକା ଭାବି ଚାଷ କରିଥାନ୍ତି । କନ୍ଧମାଳ ଜିଲ୍ଲାରେ ଚାଷ ଜମି ମାତ୍ର ଶତକଡ଼ା ୧୩ ଭାଗ । ସେମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳି ଯାଆନ୍ତି ସିନା ଭୋକ ଉପାସରେ ମରନ୍ତି ନାହିଁ କିମ୍ବା କାହା ଆଗରେ ହାତ ପତାନ୍ତି ନାହିଁ। ବୈଜ୍ଞାନିକ ପଦ୍ଧତିରେ ଚାଷକରି କମ୍ ଜମିରେ କମ୍ ଖର୍ଚ୍ଚରେ ଅଧିକ ଅମଳ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ସେଥିପାଇଁ ସେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଉପସ୍ଥିତ ଚାଷୀ ଭାଇ ଭଉଣୀ ତଥା ଜନସ ସାଧାରଣଙ୍କୁ ଅନୁରୋଧ କରିଥିଲେ। ସେହିପରି, ସହକାରୀ ନିର୍ଦ୍ଦେଶକ, ଭୁବନେଶ୍ବର ସ୍ଥିତ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡା. ଜ୍ଞାନରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ମାର୍କେଟି ଓ ବ୍ରାଣ୍ଡ ଉପରେ ଆଲୋଚନା କରିଥିଲେ । ସେ କହିଲେ ଉତ୍ପାଦ ଗୁଡ଼ିକର ବିକ୍ରି ପରିମାଣ ବିଶେଷ କରି ବଣ୍ଟନ ଉପରେ ନିର୍ଭର କରିଥାଏ। କେତେଗୁଡ଼ିଏ ଭଲ କ୍ୱାଲିଟିର ଉତ୍ପାଦ ବଜାରୀକରଣ ଅଭାବରୁ ଠିକ୍‌ଭାବେ ବିକ୍ରି ହୋଇପାରୁ ନାହିଁ ।

ବଜାରୀକରଣ କରଣ ହେଲେ ଉତ୍ପାଦଟି ବାଣ୍ଟି ହୋଇଯାଏ ଓ ବହୁ ପରିମାଣରେ ବିକ୍ରୀ ହୋଇଥାଏ। ସେହିପରି ବୈଷୟିକ ପରାମର୍ଶଦାତା ଡା.ଦିଗମ୍ବର ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ ଗୋପାଳନ ସହିତ ଦୁଗ୍‌ଧ ସମିତି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ସେ ଏଥିପାଇଁ ସରକାରଙ୍କ ନିକଟରେ ଏ ସମ୍ପର୍କରେ ପ୍ରସ୍ତାବ ରଖିବେ ବ ବୋଲି କହିଥିଲେ । ପ୍ରମୁଖ ବୈଜ୍ଞାନିକ ସିପ ସିଫା ଡା. ସତ୍ୟ ନାରାୟଣ ସେଠୀ କହିଲେ, କନ୍ଧମାଳ ଜିଲ୍ଲାରେ ଯେମିତି ଅର୍ଗାନିକ୍ ଫଳ ଓ ପନିପରିବା ଚାଷ ହୋଇପାରୁଛି ସେହିପରି ଅର୍ଗାନିକ ମାଛ ଚାଷ ମଧ୍ୟ ହୋଇପାରିବ । ମାଛ ବଢ଼ିବା ପାଇଁ ସାର କିମ୍ବା କେମିକାଲ ଆବଶ୍ୟକ ପଡ଼ିବ ନାହିଁ। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା .ପ୍ରଶନ୍ନ କୁମାର ସାମଲ କହିଲେ, ଯେଉଁ ଚାଷୀ ଭାଇମାନେ ରମାନେ ଦୃଢ଼ ବିଶ୍ଵାସ ନେଇ ଏହି ମେଳାରେ ଯୋଗଦେଇଛନ୍ତି ସେମାନେ ଏଠାରୁ କିଛି କିଛି ନେଇକି ଯିବାକୁ ଅନୁରୋଧ। ଏହି ମହୋତ୍ସବ ଜଣେ ଚାଷୀକୁ ବିଶ୍ୱ ସ୍ତରରେ ପରିଚିତ କରାଇପାରିବ ଯେତେ ବେଳେ ବେଳେ ସେ ନିଜେ ଚାହିଁବ କିଛି ଅଲଗା କରି ଦେଖାଇବାକୁ। ଏବେ ଛୋଟ ଚାଷୀରୁ ବଡ଼ ଚାଷୀ ହେବାର ସମୟ ଆସିଯାଇଛି । ସେଥି ପାଇଁ ସେମାନେ ଦୃଢ଼ମନା ହେବାର ଆବଶ୍ୟକତା ରହିଛି ବୋଲି ଡା. ସାମଲ କହିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଜାରୀ ପ୍ରଫୁଲ୍ଲ କହଁର ସ୍ବାଗତ ଅଭିଭାଷଣ ପ୍ରଦାନକରିଥିବା ବେଳେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସଞ୍ଜିବ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଳକା ପଟ୍ଟନାୟକ ସଭା ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.