ଦେବଗଡ, ୧ା୧୨: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ତିଲେଇବଣି ବ୍ଲକ କଂସର ସ୍ଥିତ ଏକଲବ୍ୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ‘ ଯୁବ ଓପଡିଶା ନବୀନ ଓଡିଶା ’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଡକ୍ଟର ବିନିତା ମହାପାତ୍ରଙ୍କ ସଭାପତିତ୍ୱ ଓ ନୋଡାଲ ଅଫିସର ବଳରାମ ପରିଡାଙ୍କ ସଂଯେଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କଂସର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୀପକ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ କଂସର ଗ୍ରାମ ପଂଚାୟତର ସମିତି ସଦସ୍ୟ ସୁରଜ ରାଜ ଧରୁଆ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ କ୍ରୀଡା ଶିକ୍ଷକ ଟଙ୍କଧର ପ୍ରଧାନଙ୍କ ତତ୍ୱାବଧାନରେ ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡକୁଦ,ଲମ୍ବ ଡିଆଁ,ଉଚ୍ଚ ଡିଆଁ, କବାଡି,କ୍ରିକେଟ , ଫୁଟବଲ ଓ ହକି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନୁଷ୍ଠାନର ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ପରିଚାଳନାରେ କ୍ରୀଡା ଶିକ୍ଷକ ବିରଂଚି ନାରାୟଣ ଦାଶ, ସୁଧିର ମିଂଜ ଓ ଦମୟନ୍ତୀ ଦାସ ସହ ଯୋଗ କରିଥିଲେ । ଉଦଯାପିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କଂସର ଗ୍ରାମ ପଂଚାୟତର ସରପଂଚ ଅମୂଲ୍ୟ ଧରୁଆ ଯୋଗଦେଇ ଆୟୋଜକ ଓ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post