ଦେବଗଡ, ୧ା୧୨ : ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଜିଲା ସ୍ତରୀୟ ବିଶ୍ୱ ଏଡ୍ସ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଣୀ ଡାକ୍ତର ସାଧନା ଦାଶ ଏବଂ ଅତିରିକ୍ତ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ଓଝା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛାତ୍ରୀ ମାନେ ପ୍ଲାକାର୍ଡ ଧରି ହାତରେ ବିଭିନ୍ନ ସଚେତନତା ମୂଳକ ସ୍ଳୋଗାନ ସହ ନଗର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହା ପରେ ଜିଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପ୍ରଶ୍ନୋତର ପ୍ରତିଯୋଗିତା ସହ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାଧନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ଓଝା, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋରଞ୍ଜନ ସାମଲ, ଡାକ୍ତର ତରୁଣ କୁମାର ସାହୁ ଓ ଡାକ୍ତର ସନ୍ତୋଷ କୁମାର ସାହୁ ମଂଚାସୀନ ରହି ବିଶ୍ୱ ଏଡ୍ସ ଦିବସ ପାଳନର ତାପ୍ତର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଡ୍ସ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ବିଷୟରେ ଗୁରୁତ୍ୱାରୋପ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇ ସେମାନେ କିପରି ଏହି ରୋଗର ନିରାକରଣ ପାଇଁ ଆଗେଇ ଆସିବେ ସେନେଇ ଏହି ଅବସରରେ ଆଲୋଚନା ହୋଇଥିଲା । ସଭା ଶେଷରେ ଏଡ୍ସ୍ ରୋଗର ନିରାକରଣ କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପାଇଁ ସ୍ୱେଚ୍ଛାସେବୀ ସୁଦତ ଘୋଷ, ଲିଟୁ କାରିଗର ଓ ମାୟା କିଷାନଙ୍କୁ ସମ୍ମାନୀତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post