ଦେବଗଡ଼,୧ା୧୨:ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଂଚାୟତର ନେତ୍ରାବାହାଳ ଗ୍ରାମରେ ନେହେରୁ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ କଲା କ୍ରିକେଟ ଦଳ ଓ ସଇଡା କ୍ରିକେଟ ଦଳକୁ ପରାସ୍ତ କରି କଲା କ୍ରିକେଟ ଦଳ ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବେ ସୌଭାଗ୍ୟ କୁଅଁର ଓ ବେଦପ୍ରକାଶ ମାହାନ୍ତ ପରିଚାଳନା କରିଥିଲେ । ନେହେରୁ କ୍ଲବର ସଭାପତି ଶିବାଜୀ ମହାକୁଳଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଛବିରାଣୀ ଭଞ୍ଜ ଯୋଗଦେଇ ଚମ୍ପିୟାନ କଲା ଓ ରନର୍ସ ଅପ୍ ସଇଡା କ୍ରିକେଟ ଦଳକୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କ୍ଲବର ସମ୍ପାଦକ ମହେଶ୍ୱର ମାହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା ଆୟୋଜନରେ ସଂଗଠକ ହେମନ୍ତ କୁମାର ପଣ୍ଡା , କ୍ଲବର ସଦସ୍ୟ ପ୍ରବୀଣ ନାୟକ, ହୃଷିକେଶ ମାହାନ୍ତ, ଗଙ୍ଗାଧର କୁଅଁର , ଗଙ୍ଗାଧର ମାହାନ୍ତ, ନିରଞ୍ଜନ ମାହାନ୍ତ ଓ ଦାଶରଥୀ ନାଏକଙ୍କ ସମେତ ଗ୍ରାମର ବହୁ ଯୁବକ ସକ୍ରୀୟ ସହଯୋଗ କରିଥିଲେ । ଗତ ୨୫ ତାରିଖ ଦିନ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ବମ୍ପରଡା ଗ୍ରାମ ପଂଚାୟତର ସରପଂଚ ନମିତା ସାହୁ ଫିତା କାଟି ଉଦଘାଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post